ଉଗ୍ର ହେଉଛି କ୍ରସର୍ ବିରୋଧୀ ଆନ୍ଦୋଳନ

Advertisment
ଉଗ୍ର ହେଉଛି କ୍ରସର୍ ବିରୋଧୀ ଆନ୍ଦୋଳନ

ହରଭଙ୍ଗା : ହରଭଙ୍ଗା ବ୍ଲକର ଖରଭୂଇଁ ଅଞ୍ଚଳରେ ଥିବା ସମସ୍ତ ପଥର କ୍ୱାରୀ ଓ ଷ୍ଟୋନ କ୍ରସର ବନ୍ଦ କରି ସେମାନଙ୍କୁ ମିଳିଥିବା ଲାଇସେନ୍ସ ବାତିଲ କରିବା ଦାବିରେ ବୁଧବାର ଖରଭୂଇଁ ଗ୍ରାମ୍ୟ କମିଟି ଓ ବିର୍ସାମୁଣ୍ଡା କୁଇକନ୍ଧ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖରଭୂଇଁ ଜୁଲୁଙ୍ଗି ମାଟିଆଣୀ ପୀଠରେ ପୂଜାର୍ଚ୍ଚନା କରିବା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶତାଧିକ ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ହରଭଙ୍ଗା ଆର୍‌ଆଇ ଅଫିସ୍‌ରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଅଞ୍ଚଳରେ କ୍ରସର ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଲାଗି ରହିଛି। ଏହି ଅଞ୍ଚଳର ଧୀରେ ଧୀରେ ବାତାବରଣ ଅଶାନ୍ତ ହେବାରେ ଲାଗିଛି। ଗତ ୨ମାସ ମଧ୍ୟରେ କ୍ରସର ବିରୋଧୀ ଆନ୍ଦୋଳନକାରୀଙ୍କ ଦ୍ୱାରା ବିଭିନ୍ନ ସମୟରେ ବିକ୍ଷୋଭ ରାଲି ଓ ପ୍ରତିବାଦ ସଭା ଜାରି ରହିଥିବା ବେଳେ ଗତ ୨ତାରିଖରେ ପ୍ରଥମ ଥର ପାଇଁ ନିଜର ଜୀବିକା ହରାଇଥିବା ଅଭିଯୋଗ କରି ଶତାଧିକ ସପକ୍ଷବାଦୀ ଶ୍ରମଜୀବୀଙ୍କ ପକ୍ଷରୁ ବୌଦ୍ଧ ସଦର ମହକୁମାରେ ଏକ ରାଲି ପ୍ରଦର୍ଶନ କରି ବନ୍ଦ ପଡ଼ିଥିବା କ୍ରସରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ। ତା’ର କେଇଦିନ ନପୂରୁଣୁ ପୁନର୍ବାର ବିରୋଧୀଙ୍କ ଦ୍ୱାରା ଶକ୍ତି ପ୍ରଦର୍ଶନ ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

କ୍ରସର ବିରୋଧୀଙ୍କ କହିବାନୁମତେ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ବେଳେ କିଛି କ୍ରସର ମାଲିକ ପ୍ରଶାସନ ସହାୟତାରେ କିଛି ଭଡାଟିଆଙ୍କୁ ନେଇ ସପକ୍ଷବାଦୀ ବିପକ୍ଷବାଦୀ ନାମରେ ଏକ ହୀନ ଚକ୍ରାନ୍ତ ଚଳାଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଆନ୍ତରିକତାର ସହ ଏ ଦିଗରେ ଦୃଷ୍ଟିଦେଇ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଦିଗରେ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏହାର କୁପରିଣାମ ସାଧାରଣ ନିରୀହ ଜନତାଙ୍କୁ ଭୋଗିବାକୁ ପଡିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe