୧୦୬ ଦିନରେ ଆନ୍ଦୋଳନ, ପଦ୍ମପୁରବାସୀଙ୍କ ନଜର ୧୯ ତାରିଖ ଉପରେ

Advertisment
୧୦୬ ଦିନରେ ଆନ୍ଦୋଳନ, ପଦ୍ମପୁରବାସୀଙ୍କ ନଜର ୧୯ ତାରିଖ ଉପରେ

ବରଗଡ଼ : ଉପନିର୍ବାଚନରେ ବୃହତ୍‌ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିଶ୍ରୁତି ମୁତାବକ ୧୯ ତାରିଖ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଆସିବେ। ଉପଖଣ୍ଡର ତିନୋଟି ବ୍ଲକ୍‌ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳରେ ଜନସଭାକୁ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଧନ୍ୟବାଦ ଜଣାଇବେ। ତିନୋଟି ବ୍ଲକ୍‌ ପାଇଁ ‌ମୁଖ୍ୟମନ୍ତ୍ରୀ ଚକିତ କଲା ଭଳି ପ୍ୟାକେଜ୍‌ କିମ୍ବା ପ୍ରକଳ୍ପ ଘୋଷଣା କରିବେ ବୋଲି ଦଳୀୟ କର୍ମକର୍ତା କହୁଛନ୍ତି। କିନ୍ତୁ ସାଧାରଣ ଜନତା ତଥା ଚାଷୀଙ୍କ ଆଶା ଅଲଗା ରହିଛି। ମୁଖ୍ୟତଃ ତିନୋଟି ପ୍ରସଂଗକୁ ନେଇ ପଦ୍ମପୁରବାସୀ ୧୯ ତାରିଖକୁ ଅନାଇ ରହିଛନ୍ତି। ଇତିମଧ୍ୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଏବଂ ଚାଷୀମାନେ ୭ଦଫା ଦାବି ନେଇ କୋର୍ଟ ପରିସରରେ ମାରାଥନ୍‌ ଆନ୍ଦୋଳନ ଚଳାଇଛନ୍ତି। ଉଭୟ ଆନ୍ଦୋଳନ ଗୁରୁବାର ୧୦୬ ଦିନରେ ପହଂଚିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଏହି ଆନ୍ଦୋଳନ ଜାରି ରହିବ ନା ବଳବତ୍ତର ରହିବ, ତାହା ସ୍ପଷ୍ଟ ହେବ।

ଉପନିର୍ବାଚନ ବେଳେ ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣାକୁ କ୍ରିୟାନୁଷ୍ଠାନ କମିଟି ସହଜରେ ମାନିଲା ନାହିଁ। ଏ ନେଇ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ କମିଟି ଦାବି କରୁଛି। ନୂଆ ଜିଲ୍ଲାର ରୂପରେଖ ନେଇ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କିଛି  ଠୋସ୍‌ ପଦ‌କ୍ଷେପ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କମିଟି ସୂଚନା ଦେଇଚି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ଗସ୍ତରେ ଜିଲ୍ଲା ମାନ୍ୟତାର ସମ୍ଭାବ୍ୟ ଚିତ୍ର ଗୋଟିଏ ହିସାବରେ ସ୍ପଷ୍ଟ ହୋଇଯିବ।

publive-image oneindia tamil

ଦ୍ବିତୀୟତଃ, ଚାଷୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ଅନେକ କିଛି ଆଶା କରିଛନ୍ତି। ୧୦୬ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ କ୍ରପ୍‌ କଟିଂ ଆଧାରରେ ଫସଲ ବୀମା କ୍ଷତିପୂରଣ ସହିତ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଆବେଦନକୁ ସ୍ବୀକୃତି, ଚାଷୀଙ୍କ ମରୁଡ଼ି ପ୍ରଭାବିତ ସମସ୍ତ ଜମିକୁ ଏକର ପ୍ରତି ୨୦ ହଜାର ଟଙ୍କା ହିସାବରେ କ୍ଷତିପୂରଣ, ବିନା କଟ୍‌ନିରେ ଧାନ କିଣା ଓ ଧାନ ଦର କ୍ବିଣ୍ଟାଲ ପ୍ରତି ୫ହଜାର ଟଙ୍କା, ଚାଷୀଙ୍କ ଋଣ ଛାଡ୍‌, ମଣ୍ଡିର ଭିତ୍ତିଭୂମି ବିକାଶ,   ସମସ୍ତ ଜମିକୁ ଜଳସେଚନ ଏବଂ ଜଳସେଚନ ଆଧାରରେ ହିଁ ବିଦ୍ୟୁତ ବିଲ୍‌ ଆଦି ଦାବି କରୁଛନ୍ତି। ତେଣୁ ଚା‌ଷୀଙ୍କୁ ସନ୍ତୋଷ କରିବା ପାଇଁ ମୁଖ୍ୟମନ୍ତ୍ରୀ କ'ଣ ଘୋଷଣା କରିବେ, ତାହା ଉପରେ ବି ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ ପ୍ରସ୍ତାବିତ ଅଂଗ ନଦୀବନ୍ଧର ଭାଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଜଣାପଡ଼ିବ। ୧୯୯୫ ମସିହାଠାରୁ ନଦୀ ବନ୍ଧ ପାଇଁ ଦାବି ଚାଲିଛି। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ସେହିବର୍ଷ ପାଇକମାଳଠାରେ ଏଥି ସକାଶେ ୧୧୧୧ କୋଟି ଟଙ୍କା ଘୋଷଣା କରିଥିଲେ।  ୬ମାସ ଭିତରେ ସବୁ ବିଭାଗରୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜଂଗଲ, ପରିବେଶ ମଂଜୁରୀ ବି ହାସଲ ହୋଇଥିଲା। ୨୦୧୫ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ପରିବର୍ଦ୍ଧିତ ଭାବେ ୧୫ଶହ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଅବଧି ଭିତରେ ଛତିଶଗଡ଼ ସରକାର ମଧ୍ୟ ନଦୀବନ୍ଧ ପାଇଁ ଏନ୍‌ଓସି ଦେଇଥିଲେ। ଅର୍ଥାତ ସବୁ କିସମରେ ଏହି ପ୍ରକଳ୍ପ ପାଇଁ ପଥ ପରିଷ୍କାର ହୋଇଥିଲା। କିନ୍ତୁ ବର୍ତମାନ ଯାଏଁ କୌଣସି କାମ ଆଗେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe