କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ ୧୭ରୁ

କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ ୧୭ରୁ

123RF.com

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦୧୫ ମସିହାରୁ ଚୁକ୍ତି ଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନେ ୭ ବର୍ଷ କାର୍ଯ୍ୟ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉ ନାହିଁ। ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ‘୨୦୧୫ ବ୍ୟାଚ୍ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ’ର ଏକ ଜରୁରୀ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୁହାଯାଇଥିଲା ଯେ ଚୁକ୍ତି ଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନେ ୬ ବର୍ଷ ଅବଧି ପୂରଣ କରିବା ଦିନ ସେମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। କିନ୍ତୁ ନିଜର ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ନିଜେ ଅନୁପାଳନ କରୁ ନାହାନ୍ତି। ଚୁକ୍ତି ଭିତ୍ତିରେ ନିଯୁକ୍ତ କର୍ମଚାରୀଙ୍କୁ ୬ ବର୍ଷ ପୂରିବା ମାତ୍ରେ ତୁରନ୍ତ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସରକାର ତାହାକୁ ବେଖାତିର କରି ଚାଲିଛନ୍ତି। ଏହା ମଧ୍ୟରେ ୭ ବର୍ଷ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନିୟମିତ ପ୍ର୍ରକିୟା ଆଗେଇ ପାରୁ ନାହିଁ। ୨୦୧୫ ମସିହାରେ ନିଯୁକ୍ତ ୮୧୦୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ଅପେକ୍ଷାରେ ଥିଲା ବେଳେ ସେମାନେ ଚୁକ୍ତି ଭିତ୍ତିରେ ମାତ୍ର ୮୦୯୬ ଟଙ୍କା ଦରମା ପାଉଛନ୍ତି। ୨୦୧୫ ମସିହାରୁ ସରକାର ସେମାନଙ୍କ ଦରମା ବୃଦ୍ଧି କରିନାହାନ୍ତି। ସ୍ବଳ୍ପ ଦରମାରେ ବହୁ କଷ୍ଟରେ ସେମାନେ ଜୀବନଯାପନ କରୁଛନ୍ତି। ଆଗାମୀ ସାତ ଦିନ ଭିତରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରା ନ ଗଲେ ୧୭ ତାରିଖରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଭୁବନେଶ୍ବରର ପିଏମ୍‌ଜି ଛକରେ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ସଂଘର କର୍ମକର୍ତ୍ତା ସରୋଜ କୁମାର ପଣ୍ଡା, ସ୍ମାରକ ରଞ୍ଜନ ସାହୁ, ରୂପେଶ କୁମାର ସାହୁ, ମାନସ ରଞ୍ଜନ ପରିଡ଼ା, ରୂପମା ଗୁରୁ, ପ୍ରଶାନ୍ତ ମେହେର, ପରମେଶ୍ବର ପୃଷ୍ଟି, ଗୋଲଖ ପରିଡ଼ା, ସୁନିଲ କୁମାର ଦାସ, ପ୍ରଦୀପ କୁମାର ସେନଗୁପ୍ତା ଓ ପୁଷ୍ପିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe