Advertisment

ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ: ବିଜେପି

Advertisment
ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ: ବିଜେପି

ବୌଦ୍ଧ : ଓଡ଼ିଶାରେ ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତିଦିନ ୪ଟି ଦୁଷ୍କର୍ମ ଓ ୬ଟି ଅପହରଣ ଘଟଣା ଘଟୁଛି। ଏହା ନିଶ୍ଚତ ଭାବରେ ଚିନ୍ତାଜନକ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି। ବୌଦ୍ଧ ଟାଉନ୍‌ହଲ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ବିରୋଧର ବିଷୋଦ୍‌ଗାର କରି ମମିତା ମେହେରଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଗତ ମାସଠାରୁ ରାଜ୍ୟର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଏକ ସଙ୍ଗିନ ଅପରାଧ ସହ ଜଡ଼ିତ ଥିବା ଜନସାଧାରଣ ଦାବି କରୁଛନ୍ତି। ରାସ୍ତା ଘାଟରେ ଏ ନେଇ ଲଢ଼େଇ କରୁଛନ୍ତି। ମମିତା ହତ୍ୟାକାଣ୍ଡ ଘଟଣା ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଓଡ଼ିଶାବାସୀଙ୍କ ପକ୍ଷରୁ ବିଜେପି ଲଢ଼େଇ କରୁଛି। ଦୋଷୀଙ୍କୁ ‌ଘଣ୍ଟଘୋଡ଼ାଇବା ପାଇଁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିରେ ମନ୍ତ୍ରୀଙ୍କ ନାମରେ ବିଭିନ୍ନ ସମୟରେ ଯେଉଁ ଆରୋପ ହେଉଛି ତାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ଦେଖାଯାଉଛି। ମାହାଙ୍ଗା ଘଟଣାରେ ରାଜ୍ୟର ଆଇନମନ୍ତ୍ରୀଙ୍କୁ ସୁରକ୍ଷା ଦିଆଗଲା, ପ୍ରଧାନମନ୍ତ୍ରୀ ଆବସଯୋଜନା ଦୁର୍ନୀତିକୁ ନେଇ ବିଜେପିର ଦୁଇ କର୍ମକର୍ତ୍ତାଙ୍କୁ ହତ୍ୟା କରାଗଲା। ଏହି ଘଟଣା ପ‌ରେ ଆଇନମନ୍ତ୍ରୀ ପଦବିରେ ରହିବା କଥା ନୁହେଁ। ଏବେ ମମିତା ମେହେର ଘଟଣାରେ ରାଜ୍ୟବାସୀଙ୍କ ମଧ୍ୟରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟ ସରକାରଙ୍କ ଅହେତୁକ ନିରବତାର ୨୧ ଦିନ ପରେ ଲିଖିତ ବିବୃତ୍ତି ଦେବା ରାଜ୍ୟ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବରେ ରହିବା ପର୍ଯ୍ୟନ୍ତ ତଦନ୍ତ କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ଡିଆଇଜି ପ୍ରେସ୍‌ କନ୍‌ଫରେନ୍ସ ଡାକି ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ଦେବା ଆଦିର ଉତ୍ତର ବିରୋଧୀ ଦଳ ଭାବରେ ବିଜେପି ଆଶା କରିବ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର, ସୁଶାନ୍ତ ପ୍ରଧାନ ଓ କହ୍ନେଇ ଡାଙ୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe