ଭୁବନେଶ୍ବର: ରସୁଲଗଡ଼ ଓଭରବ୍ରିଜ ଉପରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ଭୁବନେଶ୍ବର: ରସୁଲଗଡ଼ ଓଭରବ୍ରିଜ ଉପରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ଭୁ‌ବନେଶ୍ବର: ଚଳନ୍ତା କାରରେ ଲାଗିଲା ନିଆଁ ଲାଗିଛି। ପ୍ରତକ୍ଷ୍ୟଦର୍ଶୀମାନେ ଆଖି ଆଗରେ ଘଟିଯାଉଥିବା ଦୁର୍ଘଟଣାକୁ ସବୁ ଦେଖୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଅଘଟଣ ଘଟିଛି। ତେବେ ଖସିର କଥା ହେଲା ଦୁର୍ଘଟଣାଗ୍ରସ୍ତ କାରର ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ ରସୁଲଗଡ଼ ଉପର ଦେଇ ଯାଉଥିବା ଏକ ଚଳନ୍ତା କାରରେ ଆଜି ଅପରାହ୍ଣରେ ହଠାତ୍ ଲାଗିଛି ନିଆଁ ଲାଗିଯାଇଥିଲା। କାରଟି ଗଡୁଥିବା ବେଳେ ଗାଡ଼ି ଭିତରେ ଅଚାନକ ନିଆଁ ଲାଗିବା ସହ ଧୂଆଁ ହେଉଥିବା ଦେଖିବାକୁ ପାଇଥିଲେ ଗାଡ଼ିରେ ବସିଥିବା ବ୍ୟକ୍ତି। ଏହା ପରେ ସେ ଓ ଅନ୍ୟମାନେ ସଙ୍ଗେ ସଙ୍ଗେ ଗାଡ଼ି ଭିତରୁ ବାହାରି ଆସିଥିଲେ। କିନ୍ତୁ ଅଳ୍ପ କିଛି ମୁହୂର୍ତ୍ତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଏ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ରିପେର୍ଟ ଲେଖାଯିବା ବେଳକୁ ଗାଡ଼ିର ମାଲିକଙ୍କ ସଂପର୍କରେ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe