ଚଳନ୍ତା କାର ଜଳିଗଲା

Advertisment
ଚଳନ୍ତା କାର ଜଳିଗଲା

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡାନାଲି ବାଲିପସି ବନ୍ଧ ପାଖରେ ଏକ ଚଳନ୍ତା କାର ଅନୁମାନିକ ସମୟ ପୂର୍ବାହ୍ନ ୯.୪୦ ବେଳେ ଜଳି ଯାଇଛି। ତୋରଡ଼ାନାଳୀ ଗାଁର ପବନା ରଣାଙ୍କ କାରରେ ହଠାତ ନିଆଁ ଲାଗି ଯାଇଥିଲା।

ସୂଚନା ଅନୁସାରେ ପବନାଙ୍କ ଝିଆରୀ ଜ୍ବାଇଁ ଗାଡି ଚଳାଉଥିଲେ ଅନ୍ୟ ୪ ଜଣ ଗାଡି ଭିତରେ ଥିଲେ । ଚାଳକ ଓ ଅନ୍ୟମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । କାରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ଏହି ସମୟରେ ମହାବିରୋଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରୁଥିବା ଗାଡି ମଟର ଅଟକି ଯାଇଥିଲା ।

କଙ୍କଡାହାଡ଼ ଅଗ୍ନିଶମ ବାହିନୀ ଓ ପରଜଙ୍ଗ ଅଗ୍ନିଶମ ବାହିନୀ ଆସି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ। ମହାବିରୋଡ଼ ଥାନା ପୁଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe