ଚୁଡ଼‌ାପାଲି : ଚଳନ୍ତା ଗାଡ଼ିରେ ନିଆଁ ଲାଗିଲା

Advertisment
ଚୁଡ଼‌ାପାଲି : ଚଳନ୍ତା ଗାଡ଼ିରେ ନିଆଁ ଲାଗିଲା

ଚୁଡ଼‌ାପାଲି : ବଲାଙ୍ଗୀର ସଦର ବ୍ଲକ ଚୁଡ଼ାପାଲିଠାରେ ଚଳନ୍ତା ମାରୁତି ଗାଡ଼ିରେ ହଠାତ ନିଆଁ ଲାଗି ତାହା ଜଳିଯାଇଥିଲା। ସୌଭାଗ୍ୟବଶତଃ ଗାଡ଼ି ଚାଳକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

ପ୍ରକାଶ ଯେ, ଦୁଇ ଦିନ ଆଗରୁ ଗାଡ଼ିଟିକୁ ମରାମତି ପାଇଁ ଚୁଡ଼ାପାଲିର ପଧାନ ମଟର ଗେରେଜକୁ ଅଣାଯାଇଥିଲା। ଇଞ୍ଜିନ ମରାମତି କରା‌ଇ ଗାଡ଼ି ଚାଳକ ପାଟଣାଗଡ଼କୁ ଗାଡ଼ିର ବିଦ୍ୟୁତ୍‌ କାମ ପାଇଁ ନେଉଥିଲେ। କିନ୍ତୁ ଗାଡ଼ି କିଛି ବାଟ ଯିବା ପରେ ଚାଳକ ଆଗ ଲାଇଟ ସୁଇଚ ଦେଇ ଦେବା ମାତ୍ରେ ଗାଡ଼ିର ତାର ଗୁଡ଼ିକ ଜଳିଯାଇଥିଲା। ଧୀରେ ଧୀରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିବାରେ ଲାଗିଥିଲା। ଗାଡ଼ି ଚାଳକ ସଙ୍ଗେ ସଙ୍ଗେ ଗାଡ଼ିରୁ ଓହ୍ଲାଇ ଗ୍ରାମର କିଛି ଲୋକଙ୍କ ସହାୟତାରେ ବଲାଙ୍ଗୀର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଗାଡ଼ି ସଂପୂର୍ଣ୍ଣ ଜଳିସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe