ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାଦ ପ୍ରସଙ୍ଗ : କଠୋର କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ସମ୍ମାନ ବଜାୟ ରଖନ୍ତୁ: ବିଜୟ

Advertisment
ପୁଣି ଏକ ଭିଡିଓ ମାଧ୍ୟମରେ ଛାଡ଼ପତ୍ର ସ୍ବୀକାର କରିବାକୁ ପତ୍ନୀଙ୍କ ନିକଟରେ ଅପିଲ୍‌ କଲେ ସାଂସଦ ଅନୁଭବ ମହାନ୍ତି

The News Room

ଭୁବନେଶ୍ବର : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରି ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ମାଟି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ କର୍ମଭୂମି ଥିଲା। ଆଜି ସେ ମାଟି କଳଙ୍କିତ ହୋଇଛି। କେନ୍ଦ୍ରାପଡ଼ାର ମାନ ସମ୍ମାନକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଗୁରୁବାର ଏକ ଭ଼ିଡିଓ ବାର୍ତ୍ତା ଜାରି କରି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି, କେନ୍ଦ୍ରାପଡ଼ା ଲୋକସଭା ସାଂସଦଙ୍କ କଳାକାରନାମା କେନ୍ଦ୍ରାପଡ଼ାବାସୀ ଓ ସର୍ବୋପରି ରାଜ୍ୟବାସୀଙ୍କ ମନରେ ଏପରି ଆଘାତ ଦେଇଛି ଯାହାକୁ ପ୍ରଶମନ କରିବା ବହୁତ କଷ୍ଟ। ସେ କହିଛନ୍ତି, କେନ୍ଦ୍ରାପଡ଼ା ହେଉଛି ଏକ ପବିତ୍ର ମାଟି। ସ୍ବର୍ଗତଃ ବିଜୁ ପଟ୍ଟନାୟକ, ସ୍ବର୍ଗତଃ ରବି ରାୟ, ସ୍ବର୍ଗତଃ ସୁରେନ୍ଦ୍ର ମହାନ୍ତି, ସ୍ବର୍ଗତଃ ସୁରେନ୍ଦ୍ର ଦ୍ବିବେଦୀଙ୍କ ସମେତ ଯେତେ ଜଣ ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ହୋଇଥିଲେ କାହା ସମ୍ପର୍କରେ ଏଭଳି ଆଲୋଚନା ହୋଇନଥିଲା। ଆଜି ସାଂସଦ ଶ୍ରୀ ମହାନ୍ତିଙ୍କ ଲାଗି ଏ ମାଟିରେ କଳାଦାଗ ଲାଗିଛି। କେନ୍ଦ୍ରାପଡ଼ାର ସ୍ବାଭିମାନ ଓ ଗୌରବରେ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦୀର୍ଘ ୪୦ ବର୍ଷ ଧରି ସେ ନିଜେ କେନ୍ଦ୍ରାପଡ଼ାର ରାଜନୀତିକୁ ଦେଖି ଆସିଛନ୍ତି। ଅତୀତରେ ଦକ୍ଷ ସାଂସଦଙ୍କ ପାଇଁ କେନ୍ଦ୍ରାପଡ଼ା ଅଞ୍ଚଳର ଲୋକେ ଗର୍ବ କରି ଆସୁଥିଲେ। ଆଜି ସେମାନଙ୍କ ମୁଣ୍ଡ ଲାଜରେ ତଳକୁ ହୋଇଯାଇଛି। ପାରିବାରିକ ସମସ୍ୟା ଭିନ୍ନ କଥା ହୋଇଥିଲେ ବି ରାଜନୈତିକ ସ୍ତରରେ ଲୋକେ ଆଦୌ ଏଭଳି ଘଟଣାକୁ ବରଦାସ୍ତ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରେ ଏହି ଘଟଣାକୁ ହାଲୁକା ଭାବେ ଗ୍ରହଣ ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe