କଟକରେ ସାଂସଦ ଅପରାଜିତାଙ୍କ ‘ଆମ ପରିବାର’ କାର୍ଯ୍ୟକ୍ରମ

Advertisment

କିଛି ନେତା ଆସିଲେ, ଅନେକ ଦୂରେଇ ରହିଲେ

କିଛି ନେତା ଆସିଲେ, ଅନେକ ଦୂରେଇ ରହିଲେ

ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

image source-jagaran.com

କଟକ : କଟକରେ ରବିବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଅନୁଗତ କୁହାଯାଉଥିବା ବିଜେପିର କିଛି ନେତା ଭାଗ ନେଇଛନ୍ତି। ଅନ୍ୟ କେତେଜଣ ବରିଷ୍ଠ ନେତା ଏହାକୁ ସାଂସଦଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ କହି ଦୂରେଇ ଯାଇଛନ୍ତି। କାର୍ଯ୍ୟକ୍ରମରେ ବିଜେପି ନେତା ଓ କର୍ମୀମାନେ ଦୁଇଭାଗ ହୋଇଯାଇଥିବାରୁ ଏହା ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ମିଳିଥିବା ସୂଚନା ଅନୁସାରେ, ଏହି ଭର୍ଚୁଆଲ ବୈଠକରେ ଜିଲ୍ଲାରୁ ୫ଟି ହ୍ଵାଟ୍ସଆପ୍‌ ଗ୍ରୁପ୍ ମାଧ୍ୟମରେ ଅପରାଜିତାଙ୍କ ବହୁ ସମର୍ଥକଙ୍କୁ ଯୋଡ଼ି ହୋଇଥିଲେ। ଏହି ଗ୍ରୁପ୍‌ରେ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ସମେତ ଜିଲ୍ଲାର ଅନେକ ବରିଷ୍ଠ ନେତା ଓ ପଦାଧିକାରୀ ସଭ୍ୟ ଅଛନ୍ତି। ବୈଠକରେ କଟକ ଜିଲ୍ଲାରେ ‘ଆମ ପରିବାର’ର ସଙ୍ଗଠନ ସୁଦୃଢ଼ କରିବା ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଅପରାଜିତା ଚର୍ଚ୍ଚା କରିଥିଲେ। ‘ଆମ ପରିବାର ’ର ଆବାହକ ମନ୍ମଥ ମଲ୍ଲିକ୍, ନିକୁଞ୍ଜ ପଟ୍ଟନାୟକ, ଜୀବନ ସାହୁ, ରାଜ୍ୟ ସଂଯୋଜକ ନିଶିକାନ୍ତ ନାୟକଙ୍କ ସହିତ ସୀମନ୍ତିନୀ ଜେନା, ଦେବାଶିଷ ନାୟକ, ଅଶୋକ ପଟ୍ଟନାୟକ, ମୌସୁମୀ ମହାପାତ୍ର, ଅଜୟ ସ୍ବାଇଁ, ସରୋଜ ରଣା, ରାଜକୁମାର ସ୍ୱାଇଁ, ଏସ୍‌.କେ ଜେନା, ନନ୍ଦିନୀ ଶତପଥୀ, ଶ୍ରୀମନ୍ତିନୀ ବେହେରା, ଡାକ୍ତର ହଳଧର ସାହୁ, ସମୀର ସାମଲ, ପ୍ରକାଶ ସେଠୀ, ପିୟୂଷ ରଞ୍ଜନ ପରିଡ଼ା, ଗୀତା ଦାସ, ବିକ୍ରମ ଦାସ, ବିବେକାନନ୍ଦ ନାୟକ, ଜଗଦାନନ୍ଦ ତ୍ରିପାଠୀ, ପ୍ରଦୀପ୍ତ ଜେନା, ପୂର୍ବତନ କର୍ପୋରେଟର ଚିତ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ ବିଜେପି ନେତା ରବି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟପକ୍ଷରେ , ଦଳର ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଏହାକୁ ଅପରାଜିତାଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ କହି ବୈଠକରେ ଯୋଗଦେଇ ନ ଥିଲେ। ଏ ସମ୍ପର୍କରେ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ‘ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସହର ତଥା ଜିଲ୍ଲାର ଅନେକ ବରିଷ୍ଠ ନେତା ଓ ସେମାନଙ୍କ ସମର୍ଥକ ନାହାନ୍ତି। ତେଣୁ, ଏହା ଦଳୀୟ କାର୍ଯ୍ୟକ୍ରମ ନୁହେଁ।’

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ରାୟଗଡ଼ା, କୋରାପୁଟ୍, ଯାଜପୁର, ପୁରୀ, ମୟୂରଭଞ୍ଜ ଜିଲ୍ଲାରେ ‘ଆମ ପରିବାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe