ସାଂସଦ ପ୍ରାର୍ଥୀଙ୍କ ଭିଡିଓ ଭାଇରାଲ ଘଟଣା : ଭଦ୍ରକ ଜିଲ୍ଲା ବିଜେପି ଆଇଟି ସେଲ୍‌ ସଂଯୋଜକ ଗିରଫ

Advertisment
ସାଂସଦ ପ୍ରାର୍ଥୀଙ୍କ ଭିଡିଓ ଭାଇରାଲ ଘଟଣା : ଭଦ୍ରକ ଜିଲ୍ଲା ବିଜେପି ଆଇଟି ସେଲ୍‌ ସଂଯୋଜକ ଗିରଫ

photo by : Newsbook

କେନ୍ଦୁଝର : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଭିଡିଓ ଭାଇରାଲ ଘଟଣାରେ ଗତକାଲି ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଏ ଘଟଣାରେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଚିନ୍ମୟ ସେନାପତି (୨୩)। ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମରେ ଚିନ୍ମୟଙ୍କ ଘର। ସେ ଭଦ୍ରକ ଜିଲ୍ଲା ବିଜେପିର ଆଇଟି ସେଲ୍‌ ସଂଯୋଜକ ଦାୟିତ୍ବ ନିର୍ବାହ କରୁଛନ୍ତି।

ଏହା ପୂର୍ବରୁ ଗତକାଲି ପୁଲିସ କେନ୍ଦୁଝର ଜିଲ୍ଲାର ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରିଙ୍କୁ ଗିରଫ କରିଥିଲା। ଏହି ଦୁଇଜଣ ଅଭିଯୁକ୍ତ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ହେଲା ଏକ ଅଶ୍ଳୀଳ ଭିଡିଓ ଓ କିଛି ଅଶ୍ଳୀଳ ଫଟୋ ଭାଇରାଲ ହୋଇଛି। ଏହି ଭିଡିଓ ଏବଂ ଫଟୋ ସାଂସଦ ପ୍ରାର୍ଥୀଙ୍କର ବୋଲି ଦର୍ଶାଇ ଭାଇରାଲ କରାଯାଉଥିଲା। ତେଣୁ ସାଂସଦ ପ୍ରାର୍ଥୀଙ୍କ ସଂପର୍କୀୟ ସୌଭାଗ୍ୟ ସୋରେନ ଗତକାଲି ଟାଉନ ଥାନାରେ ଅଭିଯୋଗ କରିଥିଲେ। ଦେଇଛି। କେନ୍ଦୁଝର ଟାଉନ ଥାନା ପୁଲିସ୍‌ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe