ସାଂସଦ ପ୍ରଦୀପ, ପାଠକ ବାପ-ପୁଅ କୋର୍ଟରେ ହାଜର

Advertisment

ଚାକିରି ଦେବା ଆଳରେ ଠକେଇ ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଜୁଏଲ୍‌ ପଟ୍ଟନାୟକଙ୍କ କୋର୍ଟରେ ହାଜର ହୋଇଥିଲେ।

ଚାକିରି ଦେବା ଆଳରେ ଠକେଇ ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଜୁଏଲ୍‌ ପଟ୍ଟନାୟକଙ୍କ କୋର୍ଟରେ ହାଜର ହୋଇଥିଲେ।

gjgjgjgj

ବ୍ରହ୍ମପୁର: ଚାକିରି ଦେବା ଆଳରେ ଠକେଇ ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଜୁଏଲ୍‌ ପଟ୍ଟନାୟକଙ୍କ କୋର୍ଟରେ ହାଜର ହୋଇଥିଲେ। ୨୦୨୦-୨୧ରେ ସେମାନଙ୍କ ନାଁରେ ରୁଜୁ ହୋଇଥିବା ୪ଟି ମାମଲାରେ ଆଜି ଚାର୍ଜଫ୍ରେମ୍‌ କରାଯାଇଛି। ଖୁବଶୀଘ୍ର ମାମଲାର ବିଚାରଣା ଆରମ୍ଭ ହେବ ବୋଲି କହିଛନ୍ତି ସରକାରୀ ଓକିଲ ମାଗୁଣି ପଲାଇ।

ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ କରିବା ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ଓ ପରେ କଟକ ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା (ଜିଆର୍‌ ନମ୍ବର-୨୨୨୫/୨୦, ୨୨୬୮/୨୦, ୬୨/୨୧, ୬୭୮/୨୧)ରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନା (ଜିଆର୍‌ ନମ୍ବର-୫୧୧/୨୧)ରେ ରୁଜୁ ହୋଇଥିଲା। ପୂର୍ବରୁ ଗୋଟିଏ ମାମଲା (ଜିଆର୍‌ ନମ୍ବର- ୨୨୨୫/୨୦)ରେ ଚାର୍ଜଫ୍ରେମ୍‌ ହୋଇ ସାରିଥିଲା। ଆଜି ଗୋଳନ୍ଥରା ଥାନାର ୩ଟି ମାମଲା ଓ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଗୋଟିଏ ମାମଲାରେ ଚାର୍ଜଫ୍ରେମ୍‌ ହୋଇଛି।

ଟାଟା କାଂପାନିରେ ଚାକିରି ନାଁରେ ଠକେଇ ମାମଲା

ଏଣୁ ସାଂସଦ ପ୍ରଦୀପ ଓ ପାଠକ ବାପ-ପୁଅ ଆଜି କୋର୍ଟରେ ହାଜର ହୋଇଥିଲେ। ପ୍ରକାଶଥାଉକି ପୂର୍ବରୁ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରିଥିବା ୪ଜଣ ଅଭିଯୋଗକାରୀ ଗତ ମେ ମାସରେ ମକଦ୍ଦମା ପ୍ରତ୍ୟାହାର କରିବା ସହିତ ପରବର୍ତ୍ତୀ ବିଚାରଣା ଆଗକୁ ନ ନେବା ପାଇଁ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଠକେଇ ହୋଇଥିବା ଟଙ୍କା ପାଇ ସାରିଥିବାରୁ ମାମଲା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଆଜି କୋର୍ଟରେ ୪ଟି ମାମଲାରେ ଚାର୍ଜଫ୍ରେମ୍‌ ହୋଇଛି। ସାଂସଦ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବର ବିଜେଡି ସରକାରଙ୍କ ଅମଳରେ ‌ମିଥ୍ୟା କେସ୍ ଦିଆଯାଇଥିଲା। ଆଜି କୋର୍ଟରେ ଚାର୍ଜଫ୍ରେମ୍‌ ହେଲା।‌ କୋର୍ଟଙ୍କ ବିଧି ବ୍ୟବସ୍ଥା ଯାହା ରହିଛି, ତାହା ପର୍ଯ୍ୟାୟ କ୍ରମେ ହେବ। କୋର୍ଟଙ୍କ ରାୟକୁ ସ୍ବାଗତ କରାଯିବ ବୋଲି ସାଂସଦ କହିଛନ୍ତି। ସାଂସଦଙ୍କ ତରଫରୁ ଆଇନଜୀବୀ ଅସିତ ଶତପଥୀ ଓ ପାଠକ ବାପ-ପୁଅଙ୍କ ତରଫରୁ ଆଇନଜୀବୀ ଦୀପକ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe