ସାଂସଦ ରମେଶ ମାଝୀ ଗୁରୁତର ଅସୁସ୍ଥ, ଭୁବନେଶ୍ୱର ସ୍ଥାନାନ୍ତର

Advertisment
ସାଂସଦ ରମେଶ ମାଝୀ ଗୁରୁତର ଅସୁସ୍ଥ, ଭୁବନେଶ୍ୱର ସ୍ଥାନାନ୍ତର

image source--odisha news insight

ନବରଙ୍ଗପୁର/ଉମରକୋଟ : କରୋନା ଆକ୍ରାନ୍ତ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଚିକିତ୍ସା ନିମନ୍ତେ ତାଙ୍କୁ ଆଜି ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଗତ ୪ତାରିଖ ଦିନ ଶ୍ରୀ ମାଝୀଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ସେ ଉମରକୋଟ ସ୍ଥିତ ବାସଭବନରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ନିଶ୍ବାସ ନେବାରେ ସମସ୍ୟା ସାଙ୍ଗକୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ନ ଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରି ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସମ୍ ହସ୍‌ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ଏବଂ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe