ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାଂସଦଙ୍କ ‘କୁକୁର’ ଉପାଖ୍ୟାନ

Advertisment
ଦୋ’ଛକିରେ ମହେଶଙ୍କ ସମର୍ଥକ: ନୂଆ ସାଂସଦ ପ୍ରାର୍ଥୀଙ୍କ ସହ ଯୋଡ଼ିହେବେ ନା ନାହିଁ?

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ସଭାରେ ସାଂସଦ ମହେଶ ସାହୁଙ୍କ ‘କୁକୁର ଉପାଖ୍ୟାନକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ସେ କହିଥିଲେ ଯେ, ‘ଯେଉଁମାନେ ଆମିଷ ବର୍ଜନ କରିଛନ୍ତି ବୋଲି କୁହନ୍ତି, ଆଜି ସେମାନେ ଅଣ୍ଡା ଧରି ବୁଲୁଛନ୍ତି। ଯେଉଁମାନେ ସମଗ୍ର ଭାରତବର୍ଷର ଜନସାଧାରଣଙ୍କ ଦ୍ବାରା କଳା ତାଲିକାଭୁକ୍ତ ହୋଇଛନ୍ତି, ସେମାନେ ଆଜି କଳା ପତାକା ଧରିଛନ୍ତି। ଯଦି କଳା ପତାକା ଦେଖାଇବାର ଅଛି, ତେବେ ସେହି ସରକାରଙ୍କୁ ଦେଖାଅ, ଯିଏ ଜାତୀୟ ରାଜପଥ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଲା ପରେ ବି କାମ କରୁନାହିଁ। ବିଏସ୍‌ଏନ୍‌ଏଲ୍ କାହିଁକି ଚାଲୁ ନାହିଁ, ସେଥିପାଇଁ କଳା ପତାକା ଦେଖାଅ। ଯେଉଁମାନେ ନିଜର ନୀତି ଆଦର୍ଶକୁ ପାକିସ୍ତାନ ପାଖରେ ବନ୍ଧା ପକାଇଛନ୍ତି, ସେମାନଙ୍କୁ କଳା ପତାକା ଦେଖାଅ। ବିନା ଯୁଦ୍ଧରେ ଯେଉଁ ସରକାର ଅମଳରେ ଦେଶର ୩୮୧୩ ସୈନିକଙ୍କ ଜୀବନ ଗଲା, ଯଦି ଦେଖାଇବା କଥା ସେମାନଙ୍କୁ ଦେଖାଅ। ସାରା ରାଜ୍ୟରେ ବର୍ତ୍ତମାନ କଳା ପତାକା ପ୍ରଦର୍ଶନ ଏବଂ ଅଣ୍ଡା ମାଡ଼ ଚାଲିଥିବା ବେଳେ ବିରୋଧୀଙ୍କୁ ଟାର୍ଗେଟ୍ କରି ସାଂସଦ ଶ୍ରୀ ସାହୁ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆମକୁ ପ୍ରତିଶୋଧ ପରାୟଣ ହେବାକୁ ବାରଣ କରିଛନ୍ତି। କାହା କଥା ଶୁଣିବାର ନାହିଁ। କାମ କରି ସାଢ଼େ ଚାରି କୋଟି ଜନତାଙ୍କ ହୃଦୟକୁ ଜିଣ। ସେହିଭଳି କେତେ କୁକୁର ଭୁକି ହେଉଥିବେ ବୋଲି ସଭାରେ ବିରୋଧୀଙ୍କୁ ଟାର୍ଗେଟ୍‌ କରି ସାଂସଦ ଶ୍ରୀ ସାହୁ ଆକ୍ଷେପ କରିଛନ୍ତି।

publive-image

ସାଂସଦ ଶ୍ରୀ ସାହୁଙ୍କ ଏଭଳି ଆକ୍ଷେପକୁ ନେଇ ଜିଲ୍ଲା କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ କହିଛନ୍ତି, ସାଂସଦଙ୍କର ଏଭଳି ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯାଉଛି। ସେ ଯେଉଁ ହୀନ ମନ୍ତବ୍ୟ ଦେଇଛନ୍ତି, ଏଥିରେ ବିରୋଧୀ ଦଳର ମାନ କ୍ଷୁଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଏଥିରେ ବ୍ୟତିକ୍ରମ କରାଯାଏ, ତେବେ ନବୀନଙ୍କ ପ୍ରରୋଚନାରେ ସାଂସଦ ଏଭଳି ମନ୍ତବ୍ୟ ଦେବା ପାଇଁ ସାହସ କରିଛନ୍ତି ବୋଲି ବୁଝାଯିବ। ଭବିଷ୍ୟତରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe