ପୁଣି ଚର୍ଚ୍ଚାରେ ସାଂସଦଙ୍କ ପତ୍ନୀ: ସାମାଜିକ ଗଣମାଧ୍ୟମରେ ବିଜେପି ନେତାଙ୍କୁ ଟାର୍ଗେଟ୍‌, ସାଂସଦ ନିରବ

Advertisment
ପୁଣି ଚର୍ଚ୍ଚାରେ ସାଂସଦଙ୍କ ପତ୍ନୀ: ସାମାଜିକ ଗଣମାଧ୍ୟମରେ ବିଜେପି ନେତାଙ୍କୁ ଟାର୍ଗେଟ୍‌, ସାଂସଦ ନିରବ

ଦେବଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି ଦେବଗଡ଼ ଜିଲ୍ଲାରେ ରାଜନୈତିକ ଗତିବିଧି ବଢ଼ିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ପୌର ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଦଳର ବିଭିନ୍ନ ନେତାଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ କରି ବେଶ ଚର୍ଚ୍ଚାରେ ରହିଥିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ଏବେ ପୁଣି ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜଣେ ବିଧାୟକଙ୍କୁ ଟାର୍ଗେଟ କରି ସମ୍ବଲପୁର ସାଂସଦଙ୍କ ସରଳତା ସୁଯୋଗ ନେଇ ତାଙ୍କୁ ଅପମାନିତ କରାଯିବା ସହିତ ସୁବାସ ଚୌହାନଙ୍କ ପରି ବଳି ପକାଇବାକୁ ଚାହୁଁଥିବା ଅରୁନ୍ଧତୀ ଦେବୀ ନିଜ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। ଏ ସଂପର୍କରେ ଅରୁନ୍ଧତୀ ଦେବୀ କହିଛନ୍ତି, ‘ମୁଁ ଯାହା ଅନୁଭବ କଲି ତାହା ସାମାଜିକ ଗଣମାଧ୍ୟମରେ ସେୟାର କରିଛି।’

ବୁଧବାର ପୁଣି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଟାର୍ଗେଟ କରି ଅରୁନ୍ଧତୀ ଦେବୀ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ତାଙ୍କ ପାରିବାରିକ ବିଦାଦ ସଂପର୍କରେ ମିଥ୍ୟା ଆରୋପ ନଲଗାଇବା, ତାଙ୍କ ସ୍ବାମୀଙ୍କୁ କୁଚକ୍ରୀ ଗୋଷ୍ଠୀରୁ ବଞ୍ଚାଇବା ପାଇଁ କୌଣସି ଦଳର ପ୍ରାଥମିକ ସଦସ୍ୟତା ଆବଶ୍ୟକ ନୁହେଁ ବୋଲି କହିଛନ୍ତି। ଅନ୍ୟପଟେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରେ, ସାଂସଦଙ୍କ ପତ୍ନୀ କରିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ସେ ବାରମ୍ବାର ଦେବଗଡ଼ ଜିଲ୍ଲାରେ ବିଭିନ୍ନ ନିର୍ବାଚନଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ବିଜେପିକୁ ବଦନାମ କରୁଥିବା ପ୍ରକାଶ କରିଛନ୍ତି। ଏ ସଂପର୍କରେ ସାଂସଦ ଶ୍ରୀ ଗଙ୍ଗଦେବଙ୍କୁ ଯୋଗଯୋଗ କରିଥିଲେ ହେଁ ସମ୍ଭବ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe