ସୀତାରାମ ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ମିଳିନାହିଁ: ସ୍ୱତନ୍ତ୍ର ରିଲିଫ୍ କମିସନର୍

ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇଛି ବାତ୍ୟା, ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ସମ୍ଭାବନା : ଆଇଏମଡି

ଭୁବନେଶ୍ୱର: ଓଡ୍ରାଫର ଅଣ୍ଡର ୱାଟର ଡାଇଭର ଭାବେ କାର୍ଯ୍ୟରତ ସୀତାରାମ ମୁର୍ମୁ (୩୫)ଙ୍କ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା। ସେ ନିଜର ଟୁଇଟରରେ ଲେଖିଛନ୍ତି, ମୋ କାର୍ଯ୍ୟାଳୟରୁ ପ୍ରାପ୍ତ ନିଖୋଜ ଓଡ୍ରାଫ୍ର ବ୍ୟକ୍ତିଙ୍କ ବିଷୟରେ ଉପରୋକ୍ତ ସୂଚନା ମୁଁ ଭୁଲ୍ ମନେ କରୁଛି। ଗୋଟିଏ କ୍ଷୟପ୍ରାପ୍ତ ଶରୀର ମିଳିଛି ଯାହା ପରିବାର ଦ୍ୱାରା ଚିହ୍ନଟ ହୁଏ ନାହିଁ। କିନ୍ତୁ ଶ୍ରୀ ମୁର୍ମୁଙ୍କ ଶରୀର ଏପର୍ଯ୍ୟନ୍ତ ମିଳିନାହିଁ। ଆଗରୁ ଏଭଳି ଭୁଲ ସୂଚନା ପ୍ରଦାନ କରାଯାଇଥିବାରୁ ମୁଁ ଗଭୀର ଦୁଃଖିତ।’

ସୂଚନାଯୋଗ୍ୟ, ସୀତାରାମ ମୁର୍ମୁ (୩୫) ଓଡ୍ରାଫ୍ର ଅଣ୍ଡର ୱାଟର ଡାଇଭର ଭାବେ ବେଶ୍ ଚର୍ଚ୍ଚିତ। ସେ ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିଥିବା ରେକର୍ଡ ରହିଛି ତାଙ୍କ ନାଁରେ। କିନ୍ତୁ ଗତକାଲି ପାଣି ଭିତରେ ତାଙ୍କୁ ଶେଷ ନିଶ୍ବାସ ତ୍ୟାଗ କରିବାକୁ ପଡ଼ିଥିଲା ବୋଲି କୁହାଗଲା। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବାବେଳେ ସେ ଚାଉଳିଆଗଞ୍ଜରେ ରହୁଛନ୍ତି। ପରିବାର କହିଲେ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe