କଟକ: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟିସ୍କାନ ସେବାର ଶୁଭାରମ୍ଭ। ଏହି ଅନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ଆଚାର୍ଯ୍ୟ ହରିହର କର୍କଟରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ା ଲଲାଟେନ୍ଦୁ ଷଢଙ୍ଗୀଙ୍କ ସମେତ ଅନୁଷ୍ଠାନର ଡାକ୍ତର, ପ୍ରଫେସର, ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କର୍କଟ ରୋଗୀ ନିରୂପଣ ଓ ଚିକିତ୍ସା ସେବା ସମ୍ପର୍କରେ ସୂଚନା ଦେଇଥିଲେ। ଦୈନିକ ୭୦୦ରୋଗୀ ରାଜ୍ୟ ଓ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ, ରାଜ୍ୟରେ ଥିବା ୭୬%କର୍କଟ ରୋଗୀ ଏହିଠାରେ ଚିକିତ୍ସିତ ହେଉଛନ୍ତି। ଏଥି ସହିତ ଏଠାରେ ରାଜ୍ୟ ସରକାରଙ୍କ ଉଭୟ ଗବେଷଣା ଓ ଚିକିତ୍ସା ସେବାକୁ ଗୁରୁତ୍ୱ ଦିଆଯାଉଛି । ନିର୍ଦ୍ଦେଶକ ଶ୍ରୀ ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟିସ୍କାନ ସେବାର ଶୁଭାରମ୍ଭ
Advertisment
Follow Us