Advertisment

ବସୁଧା ଯୋଜନା କାହା ପାଇଁ? କଳିଙ୍ଗାର ନେଡିନାଜୁସାହି ବାସିନ୍ଦାଙ୍କ କାଦୁଅପାଣିରେ ମେଣ୍ଟୁଛି ଶୋଷ

Advertisment

ଅଭିଯୋଗ କଲେ ଅଧିକାରୀମାନେ କହୁଛନ୍ତି, ପାଣି ଯୋଗାଣ ଚାଲିଛି

ଅଭିଯୋଗ କଲେ ଅଧିକାରୀମାନେ କହୁଛନ୍ତି, ପାଣି ଯୋଗାଣ ଚାଲିଛି

ବସୁଧା ଯୋଜନା କାହା ପାଇଁ? କଳିଙ୍ଗାର ନେଡିନାଜୁସାହି ବାସିନ୍ଦାଙ୍କ କାଦୁଅପାଣିରେ ମେଣ୍ଟୁଛି ଶୋଷ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ୧ ନମ୍ବର ୱାର୍ଡ ତାରାବାଡ଼ି(ନେଡିନାଜୁ) ସାହିରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା କହିଲେ ନସରେ। ସରକାରଙ୍କ ବସୁଧା ଯୋଜନା ଏଠି ଫେଲ ମାରିଛି। ପାଇପ ଲାଇନ ବିଛା ଯାଇଛି ଟେପ ଲାଗିଛି। ହେଲେ ପାଣିର ଦେଖା ମିଳୁନି। ଲୋକ ସାହିର ଏକମାତ୍ର ନଳକୂପ ଉପରେ ନିର୍ଭରଶୀଳ। ଉକ୍ତ ନଳକୂପରେ କାଦୁଅ ପାଣି ବହାଉଥିବା ବେଳେ ସେଇ ଜଳକୁ ନେଡିନାଜୁ ସାହି ଲୋକ ବ୍ୟବହାର କରି ନିଜ ଶୋଷ ମେଣ୍ଟାଉଛନ୍ତି।

ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଲୋକଙ୍କୁ ଘରେ ଘରେ ପାଣି ଯୋଗେଇବା ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଲୋକଙ୍କ ପାଖରେ ପାଣି ପହଁଚିନି କାହିଁକି?ଏଥି ପାଇଁ ଦାୟୀ କିଏ? କଳିଙ୍ଗା ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ନିମନ୍ତେ ସମସ୍ତ କାର୍ଯ୍ୟ ହୋଇଥିବା ବେଳେ ଲୋକ ପାଣି ପାଉନାହାନ୍ତି କାହିଁକି?  ଲୋକଙ୍କୁ ପାଣି ଯୋଗେଇବାରେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ପଦାରେ ପଡିଛି। ଅଭିଯୋଗ କଲେ ଉପର ଅଧିକାରୀଙ୍କୁ ସ୍ଥାନୀୟ ଅଧିକାରୀମାନେ ପାଣି ଯୋଗାଣ ଚାଲିଥିବା ବିଷୟ ଉଲ୍ଲେଖ କରି ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ବିଭାଗୀୟ ଜିଲ୍ଲା ଅଧିକାରୀମାନେ ସମସ୍ୟା ବିଷୟରେ ଜାଣିବା ନିମନ୍ତେ ଗ୍ରାଉଣ୍ଡଜିରୋରେ ପହଁଚିଲେ ପ୍ରକୃତ ତଥ୍ୟ ପାଇବା ସହ ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ କରିପାରିବେ ବୋଲି ସ୍ଥାନୀୟ ପଞ୍ଚାୟତବାସୀ ମତ ଦେଇଛନ୍ତି। କଳିଙ୍ଗା ପଞ୍ଚାୟତର ୨୧ନଂ ୱାର୍ଡ  ତାରାବାଡ଼ି ଗ୍ରାମଟି କଳିଙ୍ଗା ସରପଞ୍ଚଙ୍କ ନିଜ ଗ୍ରାମ ହୋଇଥିବା ବେଳେ ଦୀର୍ଘ ମାସ ହେବ ଏହି ନଳକୂପରୁ  ଏମିତି କାଦୁଅ ପାଣି ବାହାରିବା ବିଶ୍ୱାସ ହେଉନି।

ସୂଚନାନୁସାରେ ତାରାବାଡ଼ି ( ନେଡିନାଜୁ)  ଗ୍ରାମରେ ଏକ ନଳକୂପ ଅଛି କିନ୍ତୁ ଦୀର୍ଘ ମାସ ହେବ ସେଥିରୁ  ସଂପୂର୍ଣ୍ଣ କାଦୁଅ ପାଣି ବାହାରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସମସ୍ତେ ଜାଣିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। କୌଣସି ଉପାୟ ନପାଇ  ଶେଷରେ ସେହି କାଦୁଅ ପାଣିକୁ ହିଁ ଛାଣି ରୋଷେଇ ଏବଂ ପିଇବା ନିମନ୍ତେ ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe