ଦୀପ ତଳ ଅନ୍ଧାର: ଏକମାତ୍ର ନଳକୂପର କାଦୁଅପାଣିରେ ପାଙ୍ଗାସାହି ବାସିନ୍ଦାଙ୍କ ମେଣ୍ଟୁଛି ଶୋଷ

Advertisment

ବସୁଧା ଯୋଜନା ଫେଲ: ଟୋପାଏ ପାଣି ଯୋଗେଇବାରେ ବିଫଳ ଆମ ପ୍ରଶାସନ

ବସୁଧା ଯୋଜନା ଫେଲ: ଟୋପାଏ ପାଣି ଯୋଗେଇବାରେ ବିଫଳ ଆମ ପ୍ରଶାସନ

ଦୀପ ତଳ ଅନ୍ଧାର: ଏକମାତ୍ର ନଳକୂପର କାଦୁଅପାଣିରେ ପାଙ୍ଗାସାହି ବାସିନ୍ଦାଙ୍କ ମେଣ୍ଟୁଛି ଶୋଷ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ପାଙ୍ଗାସାହିବାସିନ୍ଦା ଏକମାତ୍ର ନଳକୂପର କାଦୁଅପାଣିରେ ଶୋଷ ମେଣ୍ଟାଉଛନ୍ତି। ଜାତୀୟ ରାଜପଥକଡ଼ କଳିଙ୍ଗା ଛକ ପାର୍ଶ୍ଵରେ ଅବସ୍ଥିତ ଏଠାକାର ଲୋକେ ଦୀପ ତଳ ଅନ୍ଧାର ଭଳି ଜୀବନ ବିତାଉଛନ୍ତି। ପଞ୍ଚାୟତର ପାଖସାହିରେ ଜଳ ଯନ୍ତ୍ରଣା ସୂଚେଇ ଦେଉଛି କିଭଳି ଚାଲିଛି ସରକାରଙ୍କ ବିଭିନ୍ନ ଯୋଜନା। ସାମନ୍ୟ ଟୋପାଏ ପାଣି ଯୋଗେଇବାରେ ବିଫଳ ଆମ ପ୍ରଶାସନ। ପ୍ରାୟ ୨୦ ପରିବାର ଏହି ସାହିରେ ରହୁଥିବା ବେଳେ ସାହିବାସିନ୍ଦଙ୍କଙ୍କ ଦୁଃଖ ଜଳ ଯନ୍ତ୍ରଣା।

ସାହି ବାସିନ୍ଦାଙ୍କ ପାଇଁ ଏକ ମାତ୍ର ନଳକୂପ ଭରଷା। ତାହା ପୁଣି ଗୋଳିଆ ପାଣି। କହିବାକୁ ଗଲେ ପାଙ୍ଗାସାହି ଲୋକଙ୍କ ଜୀବନ ଗୋଳିଆ ପାଣିରେ ଚାଲିଛି। ବୁଝିବାକୁ କେହି ନାହାନ୍ତି। ବସୁଧା ଯୋଜନାରେ ପାଇପ ଲାଇନ ବିଚାଯାଇଛି। ହେଲେ ଲୋକ ଙ୍କ ପାଖରେ ପାଣି ପହଁଚୁନି। ଏହି ଗ୍ରାମର ଏକ ମାତ୍ର ନଳକୂପ ହୋଇଥିବା ଯୋଗୁଁ ଗ୍ରାମର ପ୍ରତ୍ୟେକ ଲୋକ ଏହା ଉପରେ ନିର୍ଭରଶୀଳ ଅଟନ୍ତି। ଦୀର୍ଘ ବର୍ଷ ହେବ ପାଇପ ଲାଇନ୍ ବିଛା ଯାଇଛି ହେଲେ ତାହା ନାମକୁ ମାତ୍ର ଆଜି ପର୍ଯ୍ୟନ୍ତ ଟୋପାଏ ପାଣି ଗ୍ରାମବାସୀ ପାଇପାରୁନାହାନ୍ତି। ଏଣୁ ବାଧ୍ୟ ହୋଇ ଏହି ଗୋଳିଆ ପାଣିକୁ ଛାଣି ବ୍ୟବହାର କରୁଛନ୍ତି।

publive-image

କଳିଙ୍ଗାଛକକୁ ଲାଗି ଏହି ପାଙ୍ଗାସାହି ଗ୍ରାମ ଏହି ନଳକୂଅ ଉପରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ପରିବାର ନିର୍ଭରଶୀଳ ଅଟନ୍ତି। କିନ୍ତୁ ପାଇପ୍‌ଲାଇନ୍ ଉପରେ କାଣିକୁଟି, ପାଙ୍ଗାସାହି, କଳିଙ୍ଗା ଛକ, ଗଞ୍ଜୁଗୁଡ଼ା ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ଦୀର୍ଘ ବର୍ଷ ହେବ ଟୋପାଏ ପାଣି ପାଇପ୍ ଲାଇନ୍ ରୁ ଆସୁନି। ଅଭିଯୋଗ ପରେ ଅଭିଯୋଗ ହେଉଛି। ହେଲେ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି। ସାମାନ୍ୟ ନଳକୂପ ଟିଏ ମରାମତି କରିବାରେ ମଧ୍ୟ ଅକ୍ଷମ। ଗୋଳିଆ ପାଣି ବ୍ୟବହାର କରିବାକୁ ଲୋକ ବାଧ୍ୟ ହେଉଥିବା ବେଳେ ଏହି ପାଣି ବ୍ୟବହାର କରି ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ବସୁଧା ଯୋଜନାରେ ଘରେ ଘରେ ଟେପ ରେ ପାଣି ପହଞ୍ଚେଇବା ଯୋଜନା କରିଥିବା ବେଳେ ବହୁବର୍ଷ ହେଲା କଳିଙ୍ଗା ପଞ୍ଚାୟତରେ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇଥିବା କାଗଜକଲମରେ ଦର୍ଶାଯାଇଛି। ପ୍ରକୃତରେ କଳିଙ୍ଗା ପଞ୍ଚାୟତରେ ବସୁଧା ଯୋଜନା ଫେଲ ମାରିଥିବା ଲୋକ ଅଭିଯୋଗ କରିଛନ୍ତି।ବିଭାଗୀୟ ଅଧିକାରୀ ବର୍ତ୍ତମାନ ଅଭିଯୋଗ ହେଲେ ମେଗା ପାନୀୟଜଳ ପ୍ରକଳ୍ପରେ କଳିଙ୍ଗା ସାମିଲ ହୋଇଥିବା କହି ଭଣ୍ଡେଇ ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe