କୋକସରା: ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କଲେ। କେହି ଶୁଣିଲେନି। ଶେଷରେ ସୋମବାର କାଦୁଅ ରାସ୍ତାରେ ତଳିରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବଙ୍ଗୋମୁଣ୍ଡା ଗଉନ୍ତିଆପଡ଼ାବାସୀ। କୋକସରା ବ୍ଲକ୍ ଗମ୍ଭାରୀଗୁଡ଼ା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁର ଉନ୍ତିଆପଡ଼ା ରାସ୍ତା ଅଳ୍ପ ବର୍ଷାରେ କାଦୁଅ ହେଉଛି। ଫଳରେ ପଡ଼ବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଆଗରେ ଅନେକ ଥର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି।
କୌଣସି ସୁଫଳ ନମିଳିବାରୁ ସୋମବାର ରାସ୍ତାରେ ମହିଳା ଗୋଷ୍ଠୀର ଲୀଳା ବେହେରା, ନୀଲେନ୍ଦ୍ରି ମାଝୀ, କୁମାରୀ ବଚ୍ଛା, ନେପୁର ମାଝୀ, କୁମାରୀ ଦଳପତି ସମେତ ପଡ଼ାବାସୀ ତଳିରୋଇ ପ୍ରତିବାଦ କରିଛନ୍ତି। ଏନେଇ ସରପଞ୍ଚ ଈଶରାମ ସୁନାନୀଙ୍କୁ ପଚାଚାରିବାରୁ ସେହି ରାସ୍ତା କାମ ପାଇଁ ଏକ୍ସନ ପ୍ଲାନ୍ ଦିଆଯାଇଛି, ଅନୁଦାନ ଆସିଲେ କାମ ହେବ, ବର୍ତ୍ତମାନ କ୍ରସର ଗୁଣ୍ଡ ପକାଇ କାମଚଳା ରାସ୍ତା କରାଯିବ ବୋଲି ସେ କହିଥିଲେ।
Follow Us