କାଦୁଅ ପଚପଚ ରାସ୍ତା,ବର୍ଷା ଦିନେ ଘରୁ ବାହାରିବା କଷ୍ଟ କର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ହରିଜନ ସାହିରେ ରହୁଥିବା ଲୋକମାନେ ପକ୍କା ରାସ୍ତା ନଥିବା ଯୋଗୁ ବର୍ଷା ଦିନେ ଘରୁ ବାହାରିବା କଷ୍ଟକର ହେଉଛି....

muddy roads make it difficult to leave the house on a rainy day

muddy roads make it difficult to leave the house on a rainy day Photograph: (sambad.in)

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ହରିଜନ ସାହିରେ ରହୁଥିବା ଲୋକମାନେ ପକ୍କା ରାସ୍ତା ନଥିବା ଯୋଗୁ ବର୍ଷା ଦିନେ ଘରୁ ବାହାରିବା କଷ୍ଟକର ହେଉଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। 

ବଡ଼ରାମସା ଗ୍ରାମ ସ୍ଥାପନ ସମୟରେ ପ୍ରାୟ ୩୫ ବର୍ଷ ତଳେ କିଛି ହରିଜନ ଲୋକ ବସବାସ କରିବା ପରେ ହରିଜନ ସାହି ସ୍ଥାପନ ହୋଇଥିଲା। ତେବେ ଏହି ସାହିକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଛି।

ମାଝୀ ସହି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଥିବା ବେଳେ ସେଠାରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ହରିଜନ ସାହି ଅବସ୍ଥିତ।ହରିଜନ ସାହିରେ ୨୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଯାତାୟତ ପାଇଁ ବର୍ଷା ଦିନେ ସମସ୍ୟା ଦେଖାଦେଇଛି। ରାସ୍ତାରେ ବର୍ଷା ପାଣି ଜମିବା ସହ କାଦୁଅ ଭର୍ତ୍ତି ହୋଇ ରହୁଛି।

ଘରକୁ ଲାଗିକି ରାସ୍ତା ଥିବା ଯୋଗୁ ଏପରି ଅବସ୍ଥା ଯେ, ସାହି ଲୋକ ଘରୁ ବାହାରିବା କଷ୍ଟକର ହେଉଛି। ସେହିପରି ରାସ୍ତାରେ ବର୍ଷା ପାଣି ଜମି ରହୁଥିବା ଯୋଗୁଁ ମଶା ବଂଶ ବୃଦ୍ଧି ହେବା ସହ ଘରେ ରହିବା କଷ୍ଟକର ହେଉଛି। ସାହିର କିଛି ଲୋକ ଜ୍ଵରରେ ଆକ୍ରାନ୍ତ ଥିବା ମଧ୍ୟ ସାହି ଲୋକ ଅଭିଯୋଗ କରିଛନ୍ତି।

ବର୍ଷା ଦିନେ ସାହି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସୁ ନଥିବା ଯୋଗୁ ରୋଗୀ, ଗର୍ଭବତୀ ମହିଳାମାନଙ୍କୁ ପିଚୁ ରାସ୍ତା ପର୍ଯ୍ୟନ୍ତ ଚାଲିଚାଲି ଯିବା ପାଇଁ ପଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ମାଝୀ ସାହି ଠାରୁ ହରିଜନ ସାହିକୁ ପକ୍କା ରାସ୍ତା ନିର୍ମାଣ କରିବା ସହ ଘରକୁ ଲାଗିଥିବା ରାସ୍ତାକୁ କଂକ୍ରିଟ କରିବା ପାଇଁ ମାଧବ ହରିଜନ, ଖଗପତି ହରିଜନ, ଲାଲମନ ହରିଜନ, ଲଖିଧର ହରିଜନ, କୁମର ହରିଜନ, ବାରୁ ହରିଜନ, ଟିକଚନ୍ଦ ହରିଜନ, ଧନିରାମ ହରିଜନ, ଗଣପତ ହରିଜନ, ଚୈତୁ ହରିଜନ, ଖଗେଶ୍ୱର ହରିଜନ ପ୍ରମୁଖ ଦାବି କରିଛନ୍ତି।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe