ମହରମ ଶୋଭାଯାତ୍ରା : ଆକର୍ଷଣ ସାଜିଲା ତ୍ରିରଙ୍ଗା ଝାଙ୍କି, ସୁରକ୍ଷା ବ୍ୟବସ୍ଥାରେ ୧୭ ପ୍ଲାଟୁନ୍‌ ପୁଲିସ ଫୋର୍ସ

ମହରମ ଶୋଭାଯାତ୍ରା : ଆକର୍ଷଣ ସାଜିଲା ତ୍ରିରଙ୍ଗା ଝାଙ୍କି, ସୁରକ୍ଷା ବ୍ୟବସ୍ଥାରେ ୧୭ ପ୍ଲାଟୁନ୍‌ ପୁଲିସ ଫୋର୍ସ

ରାଉରକେଲା: ସହରରେ ଶାନ୍ତିଶୃଙ୍ଖଳାର ସହ ମହରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୮ଟି ସ୍ଥାନରୁ ଶୋଭାଯାତ୍ରା ବାହାରିଥିଲା। ଆଜାଦି କା ଅମୃତ ମହୋତ୍ସବରେ ପ୍ରଦର୍ଶିତ ତ୍ରିରଙ୍ଗା ଝାଙ୍କି ଓ ବିଭିନ୍ନ ପ୍ରକାର କଳା କୌଶଳ ପଦର୍ଶନ ବେଶ ଆକର୍ଷଣୀ ଥିଲା। ନିର୍ଦ୍ଧାରିତ ସମୟ ଦେଢ଼ ଘଣ୍ଟା ବିଳମ୍ବ ଅର୍ଥାତ୍‌ ସାଢ଼େ ତିନିଟାରେ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ସାମିଲ ଯୁବକମାନେ ବିଭିନ୍ନ ପ୍ରକାର ଖେଳ ପ୍ରଦର୍ଶନ କରିଥିଲେ। ଡେଲିମାର୍କେଟ ପେଟ୍ରୋଲ ପମ୍ପ ନିକଟରୁ ବାହାରିଥିବା ଶୋଭାଯାତ୍ରାରେ ଆଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଝାଙ୍କି ସହ ଦେଶଭକ୍ତି ସଙ୍ଗୀତ ନିଆରା ପରିବେଶ ସୃଷ୍ଟି କରିଥିଲା।

ସହରର ୮ଟି ମହରମ୍‌ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଝାଙ୍କି ପ୍ରଦର୍ଶିତ ହୋଇଥିଲା। ସେଣ୍ଟ୍ରାଲମାର୍କେଟସ୍ଥ ମହରମ କମିଟି, ହୋଟେଲ ଡିଙ୍ଗୋଡେନା ଗଳିର ମୌଲା ଅଲ୍ଲୀ ମହରମ୍‌ କମିଟି, ପ୍ଲାଣ୍ଟସାଇଟ୍‌ର ପ୍ଲାଣ୍ଟସାଇଟ୍‌ ପୁରୁଣା ପୋଷ୍ଟ ଅଫିସ୍‌ ଗଳି ମହରମ କମିଟିର ଝାଙ୍କି ଗୁଡ଼ିକ ନାଲାରୋଡରୁ ବାହାରିଥିଲା। ମାଲଗୋଦାମ ମହରମ କମିଟିର ଝାଙ୍କି ରାଉରକେଲା ମୁଖ୍ୟ ମାର୍ଗରୁ ବାହାରିଥିଲା। କୋଏଲ ବ୍ୟାଙ୍କ ମହରମ କମିଟିର ପକ୍ଷରୁ ନିଜ ଅଞ୍ଚଳରେ ଝାଙ୍କି ଶୋଭାଯାତ୍ରା କରିଥିଲେ। ଇଣ୍ଟିଗ୍ରେସନ୍‌ ଫୋରମ୍‌ ପକ୍ଷରୁ ଝାଙ୍କିଗୁଡ଼ିକୁ ସ୍ବାଗତ କରାଯାଇଥିଲା।

publive-image

ଶୋଭାଯାତ୍ରା ସଂଧ୍ୟା ୬ଟାରେ ଶେଷ ହେବାକୁ ଥିଲେ ମଧ୍ୟ‌ ଦେଢ଼ ଘଣ୍ଟା ବିଳମ୍ବ ଅର୍ଥାତ୍‌ ସାଢ଼େ ୭ଟାରେ ଶେଷ ହୋଇଥିଲା। ଶୋଭାଯାତ୍ରା ନାଲାରୋଡରୁ ବାହାରି ରାଉରକେଲା ମୁଖ୍ୟ ମାର୍ଗ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶୋଭାଯାତ୍ରାରେ ମୁସ୍‌ଲିମ୍‌ ଭାଇମାନଙ୍କର ବିଭିନ୍ନ ପ୍ରକାର ଖେଳ ଦେଖିବାକୁ ରାସ୍ତାରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ଶୋଭାଯାତ୍ରାରେ ବିଭିନ୍ନ ରାଜନୈତିକ ଦଳର ନେତା, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲା। ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe