ମୁକ୍ତା ଯୋଜନା ମାଧ୍ୟମରେ ବଜାର ବନ୍ଧର ହେବ ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ

ମୁକ୍ତା ଯୋଜନା ମାଧ୍ୟମରେ ବଜାର ବନ୍ଧର ହେବ ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ

ଘୁ.ଉଦୟଗିରି: ସ୍ଥାନୀୟ ସହରବାସୀଙ୍କ  ଜୀବନ ରେଖା ପାଲଟିଥିବା ବହୁ ପ୍ରତୀକ୍ଷିତ ପୁରାତନ ବଜାର ବନ୍ଧର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ଦାବି ଆଜି ମୁକ୍ତା ଯୋଜନା ମାଧ୍ୟମରେ ପୁରଣ ହେବାକୁ ଯାଉଛି। ଉକ୍ତ ପୋଖରୀର ପୁନରୁଦ୍ଧାର ନିମନ୍ତେ ଜନସାଧାରଣ ବହୁ ଥର ଦାବି କରିଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବରକାଗଜ ରେ ପ୍ରକାଶ ପାଇଥିଲା।

ଜନସାଧାରଣଙ୍କ ଦାବିକୁ ଗ୍ରହଣ କରି ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ଓ ନବୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ଅଧ୍ୟକ୍ଷା, ଉପାଧ୍ଯକ୍ଷ ଓ କାଉନସିଲରମାନଙ୍କ ଉପସ୍ଥିତିରେ ପରିଷଦ ବୈଠକରେ ଆଲୋଚନା ପରେ ପୋଖରୀ ପୁନରୁଦ୍ଧାର ଯୋଜନା ପ୍ରସ୍ତାବକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଯାହାର ଆଜି ସୁଫଳ ଦେଖିବାକୁ ମିଳିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତା ଯୋଜନା ମାଧ୍ୟମରେ ମିସନ ଶକ୍ତି ଗ୍ରୁପ ଦ୍ୱାରା ସହରରେ ଥିବା ୩ଟି ପୋଖରୀ ଯଥା ୪ ନମ୍ବର ୱାର୍ଡ଼ ସ୍ଥିତ ବଜାର ବନ୍ଧ, ୭ ନମ୍ବର ୱାର୍ଡ଼ ବେହେରା କଲୋନି, ୮ ନମ୍ବର ୱାର୍ଡ଼ ମସଜିଦ୍ ଗଳି ଠାରେ ଥିବା ବହୁ ଦିନର ପୋଖରୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ମିସନ ଶକ୍ତି ଗ୍ରୁପ ଗୁଡ଼ିକୁ କାର୍ଯ୍ଯାଦେଶ ବଣ୍ଟନ କରାଯାଇଥିଲା। ମଙ୍ଗଳବାର ପରିଷଦ ଅଧ୍ୟକ୍ଷା  ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଭାରତୀ ବେହେରା, ମୋନାଲିସା ଦଳବେହେରା, ପ୍ରକଳ୍ପ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ, ମିସନ ଶକ୍ତି ଗ୍ରୁପ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ପୋଖରୀ ପୁନଃ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆସନ୍ତା ଦୁଇ ମାସ ମଧ୍ୟରେ ପୋଖରୀ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରାଯିବା ନେଇ ଅଧ୍ୟକ୍ଷା ସୁଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe