ପୁରୀରେ ଦଶଦିନିଆ ମଲ୍‌ଟି ମିଡ଼ିଆ ଫଟୋ ପ୍ରଦର୍ଶନୀ

Advertisment
ପୁରୀରେ ଦଶଦିନିଆ ମଲ୍‌ଟି ମିଡ଼ିଆ ଫଟୋ ପ୍ରଦର୍ଶନୀ

ପୁରୀ : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଲୋକସଂପର୍କ ବ୍ୟୁରୋ ପକ୍ଷରୁ ପୁରୀଠାରେ ଏକ ମଲ୍‌ଟିି ମିଡିଆ ଫଟୋଚିତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି। ଆଜି ଅପରାହ୍ନ ୫ଟା ବେଳେ ପୁରୀ ବଡଦାଣ୍ଡ ଶରଧାବାଲି ଅଞ୍ଚଳରେ ଏହି ପ୍ରଦର୍ଶନୀକୁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ମଲ୍‌ଟି ମିଡିଆ ପ୍ରଦର୍ଶନୀ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଉଦ୍‌ଘାଟନ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରର (ଓଡ଼ିଶା) ରଂଜନା ଦେବଶର୍ମାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ସମାବେଶରେ ପତ୍ରସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ପ୍ରଦର୍ଶନୀର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଆଞ୍ଚଳିକ ଲୋକ ସଂପର୍କ ବ୍ୟୁରୋ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଆଜି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ୟାମପ୍ରକାଶ ସେନାପତି ସଂଯୋଜନା କରିଥିଲେ। ଦଶଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀର କ୍ଷେତ୍ର ବରିଷ୍ଠ କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ମନୋଜ କୁମାର ପାତ୍ର, ମନୋଜ କୁମାର ଜାଲି ଓ ସହକାରୀ ନିର୍ଦ୍ଦେଶକ ଗୋପା ବିଶ୍ୱାସ ପରିଚାଳନା ଦାୟିତ୍ଵରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe