Multiple collisions on vashma Overbridge: One injured in 3-car collision Photograph: (sambad.in)
ସୁନ୍ଦରଗଡ଼: ବୁଧବାର ପୂର୍ବାହ୍ନ ୯ଟା ୪୫ରେ ଭସ୍ମା ବିଜୁ ଏକ୍ସପ୍ରେସ ୱେ ଓଭରବ୍ରିଜରେ ଏକାଧିକ ଧକ୍କା ଘଟିଥିଲା। ୩ଟି କାର୍ ମଧ୍ଯରେ ଧକ୍କା ହୋଇଥିଲା। ଏଥିରେ ଜଣେ ଚାଳକ ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି ଟୋଲ ପ୍ଲାଜା ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିବା ସୂଚନା ରହିଛି।
ଏକ ବଲେନୋ କାର୍ (ଓଡି୦୨ ଏପି୨୦୫୦) ଦ୍ରୁତଗତିରେ ଝାରସୁଗୁଡ଼ା ପଟୁ ଆସୁଥିବାବେଳେ ହଠାତ ଚାଳକଙ୍କ ଆଖି ଲାଗିଯାଇଥିଲା। ଯାହା ଫଳରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଡାହାଣପଟକୁ ମାଡିଯାଇ ରୋଡ୍ ଡିଭାଇଡରରେ ପିଟି ହୋଇଥିଲା।
ଅଧିକ ପଢ଼ନ୍ତୁ: ସରକାର ଗୁଣ୍ଡରାଜ ଚଳାଇଛନ୍ତି: ପ୍ରମିଳା ମଲ୍ଲିକ
ଏହି ସମୟରେ ପଛରୁ ଆସୁଥିବା ବ୍ୟାଟେରି ଚାଳିତ ଅନ୍ଯ ଏକ କାର୍ (ଓଡି୨୩ଏସ-୩୧୮୩) ସହ ତାର ଧକ୍କା ହୋଇଥିଲା। ପରେ ପରେ ଆଉ ଏକ ବ୍ୟାଟେରିଚାଳିତ କାର୍ (ଓଡି୧୬ସି-୦୦୧୧) ଆସି ପଛରୁ ଧକ୍କା ଦେଇଥିଲା।
ଧକ୍କାରେ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ବଲେନୋ ଚାଳକ ଆହତ ହୋଇଥିଲେ। ଗାଡ଼ିଗୁଡ଼ିକ ରାସ୍ତାରେ ପଡ଼ିଥିବାବେଳେ ପାଟ୍ରୋଲିଂ ଟିମ୍ ଏକ ଜେସିବି ସହାୟତାରେ ଭସ୍ମା ପୁଲିସ ଉପସ୍ଥିତିରେ ଉଠାଇ ଦେଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଯୋଗୀଙ୍କ ପାଇଁ ଲଣ୍ଡା ହେଲେ ଏହି ଅଭିନେତା !
sundargarh | Accident
Follow Us