କେନ୍ଦୁଝର: ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ଚଳନ୍ତା ବାଇକ୍ରୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାଟଣା ଥାନା ଉଦୟପୁର ଗ୍ରାମର କାର୍ତ୍ତିକେଶ୍ୱର ସାହୁ (୩୮)। ମାମୁ-ଭଣଜା ଏକ ବାଇକ୍ରେ ଘଟଗାଁରୁ କେନ୍ଦୁଝର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ କାର୍ତ୍ତିକେଶ୍ବରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଭଣଜା ଅଶୋକ ସାହୁ ସାମାନ୍ୟ ଆହତ ହୋଇଛନ୍ତି। ଏନେଇ କେସ୍ ନମ୍ୱର ୪୫୬/୨୩ରେ ଏକ ମାମଲା ରୁଜୁ ହୋଇଛି।
ବାଇକ୍ରୁ ଖସିପଡ଼ି ମାମୁ ମୃତ, ଭଣଜା ଆହତ
Advertisment
Follow Us