ଅକ୍ଟୋବର ୨୫ରୁ ଝରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଉଡିବ ବିମାନ

ବିମାନ ବିଳମ୍ବରେ ଛାଡ଼ିବାରୁ ଝାରସୁଗୁଡ଼ା ବିମାନବନ୍ଦରରେ ଉତ୍ତେଜନା

ଝାରସୁଗୁଡ଼ା: ପଶ୍ଚିମ ଓଡିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି ଝାରସୁଗୁଡ଼ା ବିମାନ ବନ୍ଦର। ଆସନ୍ତା ଅକ୍ଟୋବର ୨୫ ତାରିଖ ଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଯାଉଛି ସ୍ପାଇସ ଜେଟ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ କିଶୋର ସେନାପତି।

publive-image Image Source: Zee News

କମ୍ପାନି ତାର ଶୀତକାଳୀନ ସମୟ ସାରଣୀରେ ଏହି ଦୁଇ ରୁଟକୁ ସ୍ଥାନ ଦେଇଛି। ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏବେ ଏହା ସଫଳ ହୋଇଛି। କମ୍ପାନି ଏହି ଉଭୟ ସ୍ଥାନକୁ ବୋଇଙ୍ଗ ୭୪୭ ଚଳାଇବାକୁ ନିଷ୍ପତ୍ତି ନେଇଛି। ସ୍ପାଇସ ଜେଟ୍‌ ବର୍ତ୍ତମାନ ଝାରସୁଗୁଡ଼ାରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ବିମାନ ସେବା ଯୋଗାଇ ଦେଉଥିବା ବେଳେ ଏଲାୟନ୍‌ସ ଏୟାର ପକ୍ଷରୁ ଝରସୁଗୁଡ଼ାରୁ କୋଲକାତା, ରାୟପୁର, ଭୁବନେଶ୍ୱର ବିମାନ ସେବା ଯୋଗାଇ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe