ସମ୍ବଲପୁରରେ ଆୟକର ଚଢ଼ଉ ସମୟରେ ସାମ୍ନାକୁ ଆସିଲା ମଦ କାରବାରର ମୁମ୍ବାଇ ଲିଙ୍କ୍

Advertisment
ସମ୍ବଲପୁରରେ ଆୟକର ଚଢ଼ଉ ସମୟରେ ସାମ୍ନାକୁ ଆସିଲା ମଦ କାରବାରର ମୁମ୍ବାଇ ଲିଙ୍କ୍

ଭୁବନେଶ୍ବର: ମଦ ତିଆରି କାରଖାନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ଚଢ଼ଉ ସମୟରେ ସାମ୍ନାକୁ ଆସିଛି ମଦ କାରବାରର ମୁମ୍ବାଇ ଲିଙ୍କ୍। ଏବିଡି ନାମକ କମ୍ପାନିରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ହେଉଥିଲା ବଟଲିଂ। ଉଭୟ ମୁମ୍ବାଇ ଏବଂ ସମ୍ବଲପୁରରେ ଥିବା କମ୍ପାନିର ଆର୍ଥିକ କାରବାର ନେଇ ସନ୍ଦେହ ବଢ଼ିବା ପରେ ଓଡ଼ିଶା ଆସି ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନିରେ ଯାଞ୍ଚ କରିଛି ମୁମ୍ବାଇ ଆୟକର ବିଭାଗ ।

ଯାଞ୍ଚ ସମୟରେ ମିଳିଥିବା ଟଙ୍କା ସହ ବିଲ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟରେ ତାଳମେଳ ରହୁନଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ଆୟକର ବିଭାଗ ଅଧିକ ତଦନ୍ତ କରୁଛି। ପ୍ରଥମେ ପଶ୍ଚିମ ଓଡ଼ିଶାରେ ବୌଦ୍ଧ ଡିଷ୍ଟିଲାରି କମ୍ପାନି ଉପରେ ୭ଦିନ ଧରି ଚଢ଼ଉ କରିଥିଲା। ଏହ ପରେ ଶୁକ୍ରବାର ଏବଂ ଶନିବାର ଢେଙ୍କାନାଳରେ ଥିବା ମଦ କମ୍ପାନି ଉପରେ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ଏହି ଚଢ଼ଉ ବେଳେ ମୁମ୍ବାଇ ଆୟକର ବିଭାଗକୁ ଓଡ଼ିଶା ଆୟକର ବିଭାଗସହଯୋଗ କରିଥିଲା।

ମୁମ୍ବାଇସ୍ଥିତ ଆଲାଏଡ ବ୍ଲେଣ୍ଡର ଆଣ୍ଡ ଡିଷ୍ଟିଲର୍ ଉପରେ ମୁମ୍ବାଇ ଆୟକର ବିଭାଗ ଚଢ଼ଉ କରିଥିଲା ଏହି ସମୟରେ ଏହି କମ୍ପାନିର ସନ୍ଦେହଜନକ ଆର୍ଥିକ କାରବାର ଓଡ଼ିଶାର ଶକ୍ତି ଡିସଲେରୀ ଆଣ୍ଡ ଲେମନ୍ ସହ ଥିବା ଜଣାପଡ଼ିବା ପରେ ମୁମ୍ବାଇ ଆୟକର ବିଭାଗର ଏକ ଟିମ୍ ଆସି ଓଡ଼ିଶା ଆୟକର ବିଭାଗ ସହଯୋଗରେ ତନାଘନା ଆରମ୍ଭ କରିଥିଲେ। ମୁଖ୍ୟତଃ ଦୁଇଟି ସ୍ଥାନରେ ଚଢ଼ଉ ଜୋରଦାର ହୋଇଛି ତାହା ହେଉଛି ସମ୍ବଲପୁର ଓ ଢେଙ୍କାନାଳ ମାଛିଆ। ତେବେ ଏହି ସର୍ଚ୍ଚ ଅପରେସନ ଆଜି ଶେଷ ହେବାକୁ ଯାଉଛି। ଚଢ଼ଉ ବେଳେ ମିଳିଥିବା ବିପୁଳ ଟଙ୍କା ଓ କିଛି ବିଲ୍ ସଠିକ୍ କି ନାହିଁ ତାହା ଯାଞ୍ଚ୍ କରିବ ମୁମ୍ବାଇ ଆୟକର ବିଭାଗ ମୁମ୍ବାଇରୁ ଓଡ଼ିଶାର ଏହି କମ୍ପାନିକୁ ବ୍ୟବସାୟ ବାବଦରେ ଯେଉଁ ଟଙ୍କା ଦିଆଯାଇଛି ବୋଲି ବିଲ୍ ରେ ଦର୍ଶାଯାଇଛି ତାହା ସଠିକ୍ କି ନାହିଁ ଏସବୁର ଯାଞ୍ଚ୍ କରିବ ମୁମ୍ବାଇ ଆୟକର ବିଭାଗର ଟିମ୍। ସର୍ଚ୍ଚ ଅପରେସନ ବେଳେ କଟକରୁ ଯାଇଥିବା ଆୟକର ଅଫିସର୍ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe