ମୁନା-ଜୟନାରାୟଣଙ୍କ ବାକ୍‌ଯୁଦ୍ଧ

Advertisment

ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବେଳେ ବିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି।  ସେ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ଜଣାନାହିଁ...

ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବେଳେ ବିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି।  ସେ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ଜଣାନାହିଁ...

12amnxza

ଭୁବନେଶ୍ବର: ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବ‌େଳେ ବ‌ିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି। 

ଜୟନାରାୟଣ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ଜଣାନାହିଁ। ସାଂସଦ ମୁନାଙ୍କ ସହିତ ସମସ୍ତ ବିଜେଡି ନେତା ନିଜ ନିଜର ଭବିଷ୍ୟତ ନେଇ ସନ୍ଦେହରେ ଅଛନ୍ତି। 

ଜୟନାରାୟଣ କହିଛନ୍ତି ବିଜେଡିର ଆୟୁଷ କ୍ଷୀଣ। ଦଳର ସ୍ଥିତି ନେଇ ସମସ୍ତ ବିଜେଡି ନେତା ଚିନ୍ତାରେ ଅଛନ୍ତି। ମୁନା ମଧ୍ୟ ଚିନ୍ତାରେ ରହିବା ସ୍ବାଭାବିକ ବୋଲି ସେ କହିଛନ୍ତି।  

ସୂଚନାଯୋଗ୍ୟ, ବୁଧବାର ମୁନା କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ କହିଥିଲେ ବି‌ଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ମୁନା କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ସେମାନେ ଏବେ ବିଜେପି ଟିକେଟ୍‌ ପାଇ ବିଧାୟକ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୪ ବିଧାୟକ ଏବେ ବିଜେଡି ଯୋଗାଯୋଗରେ ଅଛନ୍ତି। ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍‌ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe