ବାପା ଦିନ ମଜୁରିଆ, ଗାଁରେ ଲୋକଙ୍କ ଲୁଗା ସଫା କରନ୍ତି ମା’; ସଂଘର୍ଷ କରି ଓଏଏସ୍‌ ପାଇଲେ ମୁନା

Advertisment
ବାପା ଦିନ ମଜୁରିଆ, ଗାଁରେ ଲୋକଙ୍କ ଲୁଗା ସଫା କରନ୍ତି ମା’; ସଂଘର୍ଷ କରି ଓଏଏସ୍‌ ପାଇଲେ ମୁନା

କାମାକ୍ଷାନଗର: ବାପା ଦିନ ମଜୁରି କରନ୍ତି। ଗାଁରେ ଲୋକଙ୍କ ଲୁଗା ସଫା କରନ୍ତି ମା’। ଘୋର ଆର୍ଥିକ ସଂକଟ ମଧ୍ୟରେ ମନକୁ ଦୃଢ଼ କରିଥିବା ଜଣେ ଯୁବକ ଓଡ଼ିଶା ପ୍ରଶାସସନିକ ସେବା (ଓଏଏସ୍‌) ପାଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷା-୨୦୨୦ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ। ବାପା ରବୀନ୍ଦ୍ର ସେଠୀ ଓ ମା’ ବାସନ୍ତୀ ସେଠୀଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠୀ।

publive-image

ଶିକ୍ଷା ମଣିଷକୁ ପରିବର୍ତ୍ତନ କରିଦେଇଥାଏ। ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଭିଭାବକ ଶିକ୍ଷାକୁ ଗୁରୁତ୍ୱ ଦେବା ଉଚିତ।

-ମୁନା ସେଠୀ

ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ଗାଁ ଲୋକଙ୍କ ଲୁଗା ପଟା ସଫା କରି ପରିବାର ପୋଷୁଥିଲେ। ମୁନା ସାଙ୍ଗ-ସାଥୀମାନଙ୍କ ଆର୍ଥିକ ସହଯୋଗରେ କଟକର ରେଭେନ୍ସା ବିଶ୍ବବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ପାସ କଲା ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ନାମ ଲେଖାଇ ଥିଲେ। ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସେ ପିଜି ପରୀକ୍ଷା ଦେଇ ପାରିନଥିଲେ। ଘରକୁ ଫେରି ଆସି ଗାଁରେ ପିଲାମାନଙ୍କୁ ଟ୍ୟୁସନ ପଢ଼ାଇଥିଲେ। ଏହାରି ମଧ୍ୟରେ ସେ ଓଏଏସ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ। ମାତ୍ର କ୍ଷୋଭର ବିଷୟରେ ଯେ ପ୍ରଥମ ୩ ପ୍ରୟାସରେ ସେ ସଫଳ ହୋଇ ପାରି ନ ଥିଲେ। ପ୍ରଥମ ଥର ପ୍ରିଲିମ୍‌ରେ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ। ଦ୍ବିତୀୟ ଓ ତୃତୀୟ ଥର ମୁଖ୍ୟ ପରୀକ୍ଷାରେ ସାମିଲ ହୋଇଥିଲେ ବି ସଫଳତା ମିଳିପାରି ନ ଥିଲା।

publive-image

ସିଭିଲ ସର୍ଭିସ ପରୀକ୍ଷା-୨୦୨୨ରେ ୭୬ ତମ ସ୍ଥାନ ହାସଲ କରିଛନ୍ତି ମୁନା, ଯାହାକୁ ନେଇ ଗାଁରେ ସାଙ୍ଗ ସାଥୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଘୋର ଅଭାବ ଅନଟନ ଭିତରେ ରହି ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରି ସେ ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି। ନିଜର ଦୁଃଖପୂର୍ଣ୍ଣ ଜୀବନକୁ ବେଶ ପାଖରୁ ବୁଝି ପାରିଛନ୍ତି ମୁନା। ଆଗାମୀ ଦିନରେ ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲା ପରେ ଲୋକଙ୍କ ସେବା କରି ନିଜକୁ ଗର୍ବ ଅନୁଭବ କରୁବେ ବୋଲି ମୁନା ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe