ଆରମ୍ଭ ହେଲା ରାଜ୍ୟର ୧୦୮ଟି ସ୍ଥାନରେ ପୌର ଭୋଟ୍ ଗଣତି

ଆରମ୍ଭ ହେଲା ରାଜ୍ୟର ୧୦୮ଟି ସ୍ଥାନରେ ପୌର ଭୋଟ୍ ଗଣତି

ଭୁବନେଶ୍ବର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ମତଦାନ ପରେ ଷ୍ଟ୍ରଙ୍ଗରୁମରେ ରଖାଯାଇଥିବା ଇଭିଏମର ସିଲ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର, ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୨୪ ତାରିଖରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ସକାଳ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ଜଣାଯାଇଛି। ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ। ହେଲେ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି। ଯେଉଁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ ସେମାନେ ଏବେ ପୂଜାର୍ଚ୍ଚନାରେ ଲାଗିଛନ୍ତି। ସବୁ ଦଳର ପ୍ରାର୍ଥୀ ବିଜୟ ଆଶା ବାନ୍ଧି ବସିଛନ୍ତି। ଅପେକ୍ଷା ଆଜିର ଫଳାଫଳକୁ।

publive-image

ଅପରପକ୍ଷେ ଭୋଟ୍ ଗଣତି ଯେପରି ସୁରୁଖୁରୁରେ ହେବ, ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୧୦୬ଟି ପୌରାଞ୍ଚଳ ଓ ତିନିଟି ମହାନଗର ନିଗମରେ ମତଦାନ ହୋଇଥିଲେ ହେଁ ଧାମନଗରକୁ ଛାଡ଼ି ବାକି ୧୦୮ଟି ସ୍ଥାନରେ ଶନିବାର ଭୋଟ୍ ଗଣତି ହେଉଛି। ଏଥର ଏନ୍ଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ଦୁଇଟି ଲେଖାଏଁ ଟେବୁଲ୍ ରଖାଯାଇଛି। ମ୍ୟୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ସେହିପରି ତିନିଟି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ୍ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ଯଥାସମ୍ଭବ ଶୀଘ୍ର ଭୋଟ୍ ଗଣତି ଶେଷ କରିବାକୁ କମିସନଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି।

publive-image

ସେହିପରି ଭଦ୍ରକ ଜିଲ୍ଲା ଧାମନଗରର ୬ଟି ବୁଥରେ ଗୁରୁବାର ମତଦାନ ବାଧାପ୍ରାପ୍ତ ହୋଇଥିବାବେଳେ ଶୁକ୍ରବାର ଦିନ ଏଠାରେ ପୁନଃ ଭୋଟ୍ ହେବାର ଥିଲା। କିନ୍ତୁ ଏଠାରେ ମତଦାନ ହୋଇନଥିବାରୁ ଶନିବାର ଏଠାରେ ଭୋଟ୍ ଗଣତି ହେବନି। ପରେ ଏଠାରେ ନିର୍ବାଚନ ସରିଲେ ଭୋଟ୍ ଗଣତି ହେବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe