ପାଖେଇ ଆସୁଛି ପୌର ନିର୍ବାଚନ: ବିଜେଡିକୁ ଘାରୁଛି ବିଦ୍ରୋହୀ ଚିନ୍ତା

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ପ୍ରସ୍ତୁତି: ବହୁ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

ରାଜଗାଙ୍ଗପୁର : ପୌରପାଳିକା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକଦଳ ମଧ୍ୟରେ ଚିନ୍ତା ସେତିକି ବଢ଼ିବାରେ ଲାଗିଛି। ଶାସକଦଳକୁ ଘାରୁଛି ନିଜଦଳର ବିଦ୍ରୋହୀମାନଙ୍କ ଚିନ୍ତା। ବିଜେଡି ମୋଟ ୨୦ଟି ୱାର୍ଡରେ ପ୍ରାର୍ଥୀ ଦେଇଥିବା ‌ବେଳେ ଅଧିକାଂଶ ୱାର୍ଡରେ ଟିକଟ ପାଇ ନଥିବା କର୍ମୀ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଯାହାକୁ ନେଇ ଦଳ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ୱାର୍ଡ ନମ୍ବର ୯ର କଂଗ୍ରେସ ପ୍ରାର୍ଥୀ ଦଳରୁ ଟିକଟ ନେଇ ପରବର୍ତ୍ତୀ ସମୟରେ ନିର୍ବାଚନରୁ ଓହରିଯିବା ଏବଂ ବିଜେଡିରେ ଯୋଗଦେବା ଘଟଣାରେ ପ୍ରାର୍ଥୀମାନଙ୍କୁ ଭୟଭୀତ କରାଯାଉଥିବା ଅଭିଯୋଗ ହେଉଛି।

ବିଭିନ୍ନ ୱାର୍ଡରେ ସ୍ବାଧୀନ ଏବଂ ଅନ୍ୟଦଳରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ପରୋକ୍ଷରେ ଭୟଭୀତ କରାଯାଉଥିବା ଅଭିଯୋଗ ହେଉଛି। ଚଳିତ ପୌର ନିର୍ବାଚନରେ ମଙ୍ଗଳା କିଷାନଙ୍କ କିଛି ଅନୁଗତ ଟିକଟ ନ ପାଇ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି। ମଙ୍ଗଳାଙ୍କ ସମର୍ଥକଙ୍କୁ ପୌରାଧ୍ୟକ୍ଷ ପାଇଁ ଟିକଟ ନ ମିଳିବାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଶେ‌ଷ ମୁହୂର୍ତ୍ତରେ ଚାପରେ ପଡ଼ି ପ୍ରାର୍ଥିନୀ ହେବାରୁ ଓହରିଯିବା ଘଟଣାରେ ଅସନ୍ତୋଷ ବୃଦ୍ଧିପାଉଛି। ନିର୍ବାଚନ ପୂର୍ବରୁ ବିଦ୍ରୋହୀମାନଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe