ଫଳ ଆସିବା ପୂର୍ବରୁ ହାତ ଟେକିଦେଲା ବିଜେପି

 ପଞ୍ଚାୟତ ନିର୍ବାଚନ ଭଳି ଏକତରଫା ବିଜୟ ହେବ: ବିଜେଡି, ଆମେ ୧୭ଟି ଆସନ ଜିତିବୁ: କଂଗ୍ରେସ

ଭାଷା, ଅସ୍ମିତା ପ୍ରତି ସମସ୍ତେ ଦାୟିତ୍ବବାନ ହୁଅନ୍ତୁ: ବିଷ୍ଣୁ

ଭୁବନେଶ୍ବର : ପୌର ନିର୍ବାଚନର ଫଳାଫଳ ଆସିନି। କିନ୍ତୁ ଏହା ପୂର୍ବରୁ ବିଜେପି ଏକପ୍ରକାରର ପରାଜୟ ସ୍ବୀକାର କରିନେଇଛି। ଶନିବାର ୧୦୫ଟି ପୌରାଞ୍ଚଳର ଅଧ୍ୟକ୍ଷ ଏବଂ ତିନିଟି ମହାନଗର ନିଗମର ମେୟର ପଦବିର ଫଳାଫଳ ଆସିବ। କିଏ କେଉଁ ଆସନରେ ବିଜୟୀ ହେବେ ସେନେଇ କର୍ମୀଙ୍କ ଠାରୁ ଆରମ୍ଭ କରି ନେତାମାନେ ହିସାବ କରୁଛନ୍ତି। କେଉଁ ବୁଥ୍‌ରେ ଅଧିକ ଭୋଟ୍‌ ମିଳିବ, କେଉଁଠି କମ୍‌ ଭୋଟ୍‌ ମିଳିବ ସେନେଇ ଅଙ୍କକଷା ଚାଲିଛି। ଠିକ୍ ଏହି ସମୟରେ ବିଜେପି ହାତ ଟେକି ଦେଇଛି।

ଶୁକ୍ରବାର ଦିନ ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗଣମାଧ୍ୟମକୁ କହିଛନ୍ତି ଯେ, ୧୦୯ଟିରୁ କୌଣସି ଆସନ ବିଜେପି ପାଇନପାରେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଶୋଚନୀୟ ପ୍ରଦର୍ଶନ କରିବା ସହ କୌଣସି ଗୋଟିଏ ବି ଜିଲ୍ଲା ପରିଷଦ ଗଠନ କରିପାରିନଥିଲା। ତେଣୁ ବିଜେପି ପୌରାଧ୍ୟକ୍ଷ/ମେୟର ପଦବି ହାତେଇ ପାରେ ବୋଲି ଦଳୀୟ କର୍ମୀମାନେ ଆଶା ବାନ୍ଧିଛନ୍ତି। ଠିକ୍‌ ଏହି ସମୟରେ ଦଳର ବରିଷ୍ଠ ନେତାଙ୍କ ମନ୍ତବ୍ୟ ବିଜେପିର ଶୋଚନୀୟ ପ୍ରଦର୍ଶନକୁ ଦର୍ଶାଇଛି। ଅପରପକ୍ଷେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏଠି ନୋଟ୍‌ ଗଣତନ୍ତ୍ର ଚାଲିଛି। ଆମ ଦଳର ନେତାମାନେ ବହୁ ସ୍ଥାନରେ ଭଲ ପ୍ରଦର୍ଶନ କରିଛନ୍ତି। ଆମ ହିସାବ କହୁଛି କଂଗ୍ରେସ ୧୭ଟି ଆସନ ପାଇବ। କିନ୍ତୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ପୌର ନିର୍ବାଚନର ଫଳାଫଳ ପଞ୍ଚାୟନ ନିର୍ବାଚନ ଫଳ ଭଳି ହେବ। ଏଥିରେ ବି ଆମେ ଏକତରଫା ବିଜୟ ହାସଲ କରିବୁ। କାଉନସିଲର/କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ନିର୍ବାଚନରେ ଆମ ପ୍ରଦର୍ଶନ ସବୁଠୁ ଭଲ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe