ପୌର ନିର୍ବାଚନ: ମହିଳାଙ୍କୁ ନେଇ ବିଜେଡିର ପ୍ରଚାର ଆରମ୍ଭ

ପୌର ନିର୍ବାଚନ: ମହିଳାଙ୍କୁ ନେଇ ବିଜେଡିର ପ୍ରଚାର ଆରମ୍ଭ

ଖୋର୍ଦ୍ଧା: ପୌର ନିର୍ବାଚନ ନିମନ୍ତେ ଗତକାଲି ଠାରୁ ଖୋର୍ଦ୍ଧା ସହରରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯଦିଓ ମୈଦାନରେ ବିଜେଡି ଓ ବିଜେପି ସମେତ ଗୋଟିଏ ଦୁଇଟି ସ୍ୱାଧୀନ କାଉନ୍ସିଲର ପ୍ରାର୍ଥୀଙ୍କ ମାଇକ ଓ ଘରଘର ବୁଲି ପ୍ରଚାର ଆରମ୍ଭ ହୋଇଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପକ୍ଷରୁ ସେଭଳି ପଦକ୍ଷେପ ଦେଖିବାକୁ ମିଳିନାହିଁ । ଆଜି ପ୍ରଥମ ଥର ପାଇଁ ବିଜେଡି ପକ୍ଷରୁ ସହରର ମହିଳା ସଂଗଠନ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କୁ ନେଇ ବିଭିନ୍ନ ୱାର୍ଡ଼ରେ ବୈଠକ କରିଛି ।

ଆଜି ମଧ୍ୟାହ୍ଣରେ  ୮ ଓ ୧୨ନଂ ୱାର୍ଡର ମହିଳାମାନଙ୍କୁ ନେଇ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ସମାବେଶ ହୋଇଥିଲା । ସେହିପରି ୨୦ନଂ ୱାର୍ଡର ମହିଳାମାନଙ୍କୁ ନେଇ ତଳସାହି ମଣ୍ଡପରେ, ୧୧ନଂ ୱାର୍ଡର ବିଡିଏ କଲୋନୀଠାରେ ବୈଠକ ଆୟୋଜିତ ହୋଇଥିଲା ।

ଏହି ବୈଠକରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ଗୀତାଞ୍ଜଳୀ ପାଟ୍ଟଶାଣୀ, ଖୋର୍ଦ୍ଧା ପୌରାଧ୍ୟକ୍ଷା ପ୍ରାର୍ଥୀ କନକଲକ୍ଷ୍ମୀ ମହାନ୍ତି, ଡ. ମମତା ଦେ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପରିଡା, ରଶ୍ମୀରାଣୀ ମିଶ୍ର, ୮ନଂ ୱାର୍ଡର ପ୍ରାର୍ଥୀ ବିଭୂପ୍ରସାଦ ସାହୁ, ୧୧ନଂ ୱାର୍ଡର ପ୍ରାର୍ଥୀ ରଜନୀ ନାୟକ, ୧୨ନଂ ୱାର୍ଡର ପ୍ରାର୍ଥୀ ଶୌର୍ଯ୍ୟରଞ୍ଜନ ମହାନ୍ତି, ୨୦ନଂ ୱାର୍ଡର ପ୍ରାର୍ଥୀ ଲୋକନାଥ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।   କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଲଳିତ ମୋହନ ମହାପାତ୍ର, ରାଜ୍ୟ ଯୁବ ବିଜେଡି ସମ୍ପାଦକ ରୁଦ୍ରନାଥ ଦତ୍ତ, ବିଜୟ ସେଠୀ, ଗୌତମ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe