ପୌର ଭୋଟ: କଂଗ୍ରେସ ଭୋଟ୍‌ ବଢ଼ିଲା, ବିଜେପିର କମିଲା

Advertisment
ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ବାରିପଦା: ବାରିପଦା ପୌର ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ନଗରପାଳ ସମେତ ୨୮ ୱାର୍ଡ କାଉନସିଲରୁ ୨୨ଟିରେ ବିଜେଡି ବିଜୟୀ ହୋଇଛି। ବିରୋଧୀ କଂଗ୍ରେସ ଓ ବିଜେପିକୁ ନିରାଶ ହେବାକୁ ପଡ଼ିଛି। ଅବଶ୍ୟ ୩ଟି ୱାର୍ଡରେ ବିଜେପି କାଉନସିଲର ଜିତିଛନ୍ତି, ହେଲେ କଂଗ୍ରେସ ଆଦୌ ଖାତା ‌ଖୋଲି ପାରି ନାହିଁ। ୨୮ରୁ ୬ଟି ୱାର୍ଡରେ କାହିଁକି ବିଜେଡି ହାରିଲା ସେ ନେଇ ଦଳ ପକ୍ଷରୁ ସମୀକ୍ଷା ଚାଲିଛି। ୩ଟି ୱାର୍ଡରେ ବିଜେପି ଓ ୩ଟି ୱାର୍ଡରେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ୩ ୱାର୍ଡରେ ପ୍ରାର୍ଥୀ ଚୟନ ଠିକ୍ ହୋଇନଥିଲା।

ପ୍ରିୟାପ୍ରୀତି ତୋଷଣ ପାଇଁ କିଛି ନେତୃବୃନ୍ଦ ନିଜ ଲୋକଙ୍କୁ ଟିକେଟ ଦେବାରୁ ସେହି ୩ଟି ୱାର୍ଡ ବିଜେଡି ହାତରୁ ଗଲା ବୋଲି ଦଳର କର୍ମୀ ମହଲରେ ଆଲୋଚନା ହେଉଛି। ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବିଜେପିର ମାନସ ମନ୍ଥନ ଚାଲିଛି। ବାରିପଦା ସହରରେ ବିଜେପିର ସଂଗଠନ ଭଲ ଥିଲା। ତାସତ୍ତ୍ବେ ଦଳର ଶୋଚନୀୟ ପରାଜୟ ନେଇ ସାଂସଦ ଓ ବିଧାୟକଙ୍କୁ ଦୋଷ ଦେଇଛନ୍ତି ନେତା ଓ କର୍ମୀ। ସାଂସଦ ଓ ବିଧାୟକ ପୌର ନିର୍ବାଚନରେ ମୁଣ୍ଡ ପୁରାଇଲେ ନାହିଁ। ଦୋଷ ଛଡ଼ା ନ୍ୟାୟରେ ପ୍ରଚାରର ଶେଷ ଦିନରେ ଖୋଲା ଗାଡ଼ିରେ ବୁଲି ହାତ ହଲାଇ ପଳାଇଲେ। ତେବେ ଦଳୀୟ ପ୍ରାର୍ଥୀଙ୍କ ଜିତିବା ନେଇ ଦଳର ସେମିତି ରଣନୀତି ନଥିଲା। ନଗରପାଳ ପ୍ରାର୍ଥୀ ହୁଅନ୍ତୁ କି କାଉନସିଲର ପ୍ରାର୍ଥୀ।

ସମସ୍ତେ ନିଜ ନିଜ ଉଦ୍ୟମରେ ନିର୍ବାଚନ ଲଢିଲେ। ତେଣୁ ଦଳ ଏ ଦଶା ଭୋଗିଲା ବୋଲି କର୍ମୀଙ୍କ ମହଲରେ ଆଲୋଚନା ହେଉଛି। ସେହିଭଳି କଂଗ୍ରେସ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା। ଦଳର ନଗରପାଳ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲ ଜିତିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ଯୋଗେଶ ନିଜେ ହାରିବା ସହ ଦଳ ଗୋଟିଏ ବି ୱାର୍ଡ ଦଖଲ କରି ପାରିଲା ନାହିଁ। ରିପୋର୍ଟ ଅନୁଯାୟୀ ପୌର ନିର୍ବାଚନରେ ବିଜେଡିର ଭୋଟ ହାର ୪୧.୫ ରହିଛି। ତେବେ ପଞ୍ଚାୟତ ନିର୍ବାଚନଠୁ ପୌରରେ ବିଜେପିର ଭୋଟ ହାର ଆହୁରି କମିଛି। ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ ହାର ୩୧ ପ୍ରତିଶତ ଥିଲା ବେଳେ ପୌରରେ ଭୋଟହାର ୨୩.୫୪ ପ୍ରତିଶତ ରହିଛି। କଂଗ୍ରେସର ପଞ୍ଚାୟତ ନିର୍ବାଚନରେ ୧୮ ପ୍ରତିଶତ ଭୋଟ୍‌ ପାଇଥିଲା। ତେବେ ପୌରରେ ଭୋଟ ହାର ବୃଦ୍ଧି ପାଇ ୨୨.୩୭ ପ୍ରତିଶତ ହୋଇଛି।

କୁହାଯାଉଛି ପୌର ନିର୍ବାଚନରେ ଏଥର ବିଭିନ୍ନ ପ୍ରସଙ୍ଗ କଥା ଭୁଲିଗଲେ ଭୋଟର। ବାରିପଦାର ବିପର୍ଯ୍ୟସ୍ତ ରାସ୍ତା, ପାନୀୟ ଜଳ, ଡ୍ରେନେନ୍, ଆଡ଼ିବନ୍ଧ ନିର୍ମାଣ ନହେବା, ବସ୍ତିବାସିନ୍ଦା ପଟ୍ଟା ନ ପାଇବା ଆଦି ବିଭିନ୍ନ ସମସ୍ୟାକୁ ବିରୋଧୀ ପ୍ରସଙ୍ଗ କରି ଭୋଟ ହାତେଇବାକୁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଥିଲେ। ତେବେ ବାରିପଦାବାସୀ ପ୍ରସଙ୍ଗକୁ ନୁହେଁ ବରଂ ବିଜେଡିକୁ ପସନ୍ଦ କରି ଆଶୀର୍ବାଦ ଦେଲେ। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିବାଦର ସ୍ବର ଆଗାମୀ ଦିନରେ ଆହୁରି ଶାଣିତ ହେବ ବୋଲି କଂଗ୍ରେସ ଓ ବିଜେପି କହିଥିବା ‌ବେଳେ ଦଳକୁ ଭଲ ପାଇ ଆଶୀର୍ବାଦ କରିଥିବା ବାରିପଦାବାସୀଙ୍କ ଆଶା ଆକାଂକ୍ଷାକୁ ବିଜେଡି କେତେ ଦୂର ପୂରଣ କରିବାରେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe