ପୌର ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ସରକାର

ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

The New Indian Express

ଭୁବନେଶ୍ବର : ରାଜ୍ୟର ତିନିଟି ମହାନଗର ନିଗମର ମେୟର, କର୍ପୋରେଟରଙ୍କ କାର୍ଯ୍ୟକାଳ ୫ବର୍ଷ ପୂରିଥିବାରୁ ସେଥିପାଇଁ ନିର୍ବାଚନ କରାଯାଉ। ସେହିପରି ୧୦୩ଟି ଏନ୍‌ଏସି ଓ ମ୍ୟୁନିସପାଲଟିରେ ‌ଅଧ୍ୟକ୍ଷ ଏବଂ କାଉନସିଲରଙ୍କ ୫ବର୍ଷର କାର୍ଯ୍ୟକାଳ ସରିଥିବାରୁ ଏବଂ ନବଗଠିତ ଚାନ୍ଦବାଲି, ଧାମନଗର, ବିଜେପୁର ଓ ରେମୁଣା ଏନ୍‌ଏସି ପାଇଁ ନିର୍ବାଚନ କରାଯାଉ ବୋଲି ଆଜି ନଗର ଉନ୍ନୟନ ବିଭାଗ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଛି।

ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଏହି ସମସ୍ତ ମହାନଗର ନିଗମ, ମ୍ୟୁନିସପାଲଟି ଓ ଏନ୍‌ଏସିରେ ୱାର୍ଡ ପୁନର୍ଗଠନ ଏବଂ ସିଟ୍ ସଂରକ୍ଷଣ କାର୍ଯ୍ୟ ଶେଷ କରିଛନ୍ତି। ତେଣୁ ନିର୍ବାଚନ କମିସନ ନିର୍ବାଚନ ନେଇ ଆଗେଇପାରିବେ। କେବଳ ଭଦ୍ରକ ମ୍ୟୁନିସପାଲଟିର ୱାର୍ଡ-୪ରେ ୱାର୍ଡ ପୁନର୍ଗଠନ ଏବଂ ସିଟ୍ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇନି। ତେଣୁ ଏଠାରେ ନିର୍ବାଚନ ହେବନି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଏନେଇ ବିଭାଗ ପକ୍ଷରୁ ଦୁଇଟି ପୃଥକପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅପରପକ୍ଷେ ରାଜ୍ୟ ନିର୍ବାଚନ କମିସନର ପଞ୍ଚାୟତ ନିର୍ବାଚନ ପରେପରେ ପୌର ନିର୍ବାଚନ କରିବାକୁ ସମସ୍ତ ପ୍ରସ୍ତୁତି କରିଥିବାବେଳେ ରାଜ୍ୟ ସରକାର ବି ପୌର ନିର୍ବାଚନ ନେଇ ଆଜି ବିଧିବଦ୍ଧ ସହମତି ଦେଇଥିବାରୁ ଖୁବ୍‌ ଶୀଘ୍ର ପୌର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe