ପୌର ନିର୍ବାଚନକୁ ନେଇ ସସ୍‌ପେନ୍‌ସ୍‌ ଜାରି

ଆଇନ ବିଭାଗ ତର୍ଜମା କରୁଛି ସୁପ୍ରିମ‌େକାର୍ଟଙ୍କ ରାୟ, ରାୟ ଲାଗୁ କଲେ ଦୁଇଟି ଆଇନ୍‌ର ସଂଶୋଧନ ଲୋଡ଼ା

ପୌର ନିର୍ବାଚନକୁ ନେଇ ସସ୍‌ପେନ୍‌ସ୍‌ ଜାରି

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପୌର ନିର୍ବାଚନକୁ ନେଇ ସସ୍‌ପେନ୍‌ସ୍ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ରାୟ ଦୁଇ ଦିନ ତ‌େଳ ନଗର ଉନ୍ନୟନ ବିଭାଗର ହସ୍ତଗତ ହୋଇଛି। ଏହାକୁ ତର୍ଜମା ପାଇଁ ଗତକାଲି ଆଇନ୍ ବିଭାଗକୁ ପଠାଇ ଦିଆଯାଇଛି। ଆଇନ୍ ବିଭାଗର ମତାମତ ମିଳିଲା ପରେ ସରକାର ନିଷ୍ପତ୍ତି ନେବେ। ତେବେ ରାୟକୁ ନେଇ ସରକାରଙ୍କ ସାମ୍ନାରେ ଏକାଧିକ ବିକଳ୍ପ ଥିଲେ ବି ନିର୍ବାଚନ ପୂର୍ବରୁ କୌଣସି ପରିସ୍ଥିତିରେ ପୌର ନିର୍ବାଚନ ସମ୍ଭାବନା କମ୍।

ସୁପ୍ରମିକୋର୍ଟଙ୍କ ରାୟ ପରେ ସରକାରଙ୍କ ପାଖରେ ଏବେ ମୁଖ୍ୟତଃ ଦୁଇଟି ବିକଳ୍ପ ରହିଛି। ପ୍ରଥମତଃ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିପାରନ୍ତି। ରାୟର ପୁନର୍ବିଚାର ପାଇଁ ସରକାର ଆବେଦନ କରିବେ। ଦ୍ବିତୀୟତଃ ଯଦି ରାୟ ଅନୁଯାୟୀ ନିର୍ବାଚନ ପରିଚାଳନା କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ବି ନିକଟ ଭବିଷ୍ୟତରେ ନିର୍ବାଚନ ସମ୍ଭବ ନୁହେଁ। କାରଣ ସୁପ୍ରିମକୋର୍ଟଙ୍କ ରାୟ ଲାଗୁ କରିବାକୁ ହେଲେ ଦୁଇଟି ଆଇନ୍‌ରେ ସଂଶୋଧନର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍‌ଟି ଆକ୍ଟ, ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍ ଆକ୍ଟ ୨୦୦୩ରେ ସଂଶୋଧନ ଆ‌ଣିବାକୁ ପଡ଼ିବ। କାରଣ ଏହି ଦୁଇଟି ଆଇନ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି। ଦୀର୍ଘ ବର୍ଷ ଧରି ଏହା ଜାରି ରହିଛି। ଯଦି ଆଇନ୍‌ରେ ସଂଶୋଧନ କରନ୍ତି, ତେବେ ବିଧାନସଭାରେ ପ୍ରସ୍ତାବ ଆଗତ ହେବ। ସେଠାରେ ପାରିତ ହେଲା ପରେ ରାଜ୍ୟପାଳଙ୍କ ନିକଟକୁ ଯିବ। ଏହା ଏକ ଲମ୍ବା ସାମ୍ବିଧାନିକ ପ୍ରକ୍ରିୟା ହେବ। ପୁଣି ଆଇନ୍ ସଂଶୋଧନ ହେଲା ପରେ ନୂଆ କରି ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବା ବି ସମୟ ସାପେକ୍ଷ। ଯେହେତୁ ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ପାଇଁ କୌଣସି ସ୍ତରରେ ଆଗ୍ରହ ନାହିଁ, ତେଣୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ସମ୍ଭାବନା କମ୍ ବୋଲି କୁହାଯାଉଛି।

ପ୍ରଚଳିତ ଆଇନ୍‌‌େର ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ କେବଳ ବିସିସି (ପଛୁଆବର୍ଗ)ଙ୍କ ପାଇଁ ୨୭% ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଅନୁସୂଚିତ ଜାତି ଏବ˚ ଅନୁସୂଚିତ ଜନଜାତିଙ୍କ ପାଇଁ କେତେ ସିଟ୍‌ ସ˚ରକ୍ଷଣ ରହିବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ନିୟମ ନାହିଁ। ତେଣୁ ଜନସ˚ଖ୍ୟାକୁ ନଜରରେ ରଖି ଏହି ଦୁଇ ବର୍ଗ ପାଇଁ ସିଟ୍‌ ସ˚ରକ୍ଷଣ ରଖାଯାଇଥାଏ। ସେଥିପାଇଁ ଅଧିକାଂଶ ପୌର ସ˚ସ୍ଥାରେ ୫୦ ପ୍ରତିଶତ ଉପରକୁ ସଂରକ୍ଷଣ ଟପିଯାଇଛି। କେଉଁଠି ୫୩% ଅଛି ତ କେଉଁଠି ୫୫%। ଏ ନେଇ ମାମଲା ହେବାରୁ ହାଇକୋ‌ର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବି ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା।

ପୌର ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା ବେଳେ ସରକାର ‌ପ୍ରଶାସକ ନିଯୁକ୍ତି ଆରମ୍ଭ କରିଦେଇଛନ୍ତି। ଗତ ସେପ୍ଟମ୍ବର ୩୦ ତାରିଖରେ ଶେଷ ହୋଇଥିବା ୬୬ଟି ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି ସରିଛନ୍ତି। ସେଠାରେ ଆଉ ନିର୍ବାଚିତ ପ୍ରତିନିଧି ନାହାନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଶାସକଙ୍କ ହାତରେ ସଂପୃକ୍ତ ପୌରପାଳିକାର ଦାୟିତ୍ବ ଟେକିଦିଆଯାଇଛି। ଆସନ୍ତା ନଭେମ୍ବର ମାସରେ ଆଉ ୨୨ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଥିବାରୁ ସେଠାରେ ବି ପ୍ରଶାସକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।

ପୌର ନିର୍ବାଚନ ସମ୍ଭାବନା ନେଇ ପୌର ପ୍ରଶାସନ ନି‌େର୍ଦ୍ଦଶକ ସଂଗ୍ରାମଜିତ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିଲା ପରେ ତାହାର ତର୍ଜମା ପାଇଁ ଆଇନ୍ ବିଭାଗକୁ ପଠାଇଦିଆଯାଇଛି। ଆଇନ୍‌ ବିଭାଗର ମତାମତ ନ ମିଳିଲା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରିବନି। ତେବେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିଲା ପରେ ପ୍ରଶାସକ ନିଯୁକ୍ତି ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe