ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ୍‌ ୭ରେ ହେବ ଭୋଟିଂ

Advertisment
ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ୍‌ ୭ରେ ହେବ ଭୋଟିଂ

ଭୁବନେଶ୍ବର: ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବି ପାଇଁ ଆସନ୍ତା ୭ ତାରିଖରେ ଭୋଟିଂ ହେବ। ରାଜ୍ୟର ମୋଟ ୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ଟି ମହାନଗର ନିଗମର ଡେପୁଟି ମେୟର ପାଇଁ ହେବ ପରୋକ୍ଷ ନିର୍ବାଚନ ହେବ। ଏନେଇ ରାଜ୍ୟ ନିର୍ବାଚନ କମିସନ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି। ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବି ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବୋ

ପୌରସଂସ୍ଥା ଉପାଧ୍ୟକ୍ଷ ପାଇଁ ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ସକାଳ ୧୦ ଟାରୁ ୧୧ ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଦିନ ୧୧ ରୁ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ୧ଟା ପୂର୍ବରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇପାରିବ।

ସେହିପରି ୩ଟି ମହାନଗର ନିଗମ (ଭୁବନେଶ୍ବର, କଟକ ଓ ବ୍ରହ୍ମପୁର)ର ଡେପୁଟି ମେୟର ପାଇଁ ୭, ୮ ଓ ୯ ତାରିଖରେ ନିର୍ବାଚନ ହେବ। କଟକ ମହାନଗର ନିଗମର ଡେପୁଟି ମେୟର ପାଇଁ ଏପ୍ରି ଲ ୭ ତାରିଖରେ ନିର୍ବାଚନ ହେବ। ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ଏପ୍ରିଲ ୮ ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe