ଗଜଲକ୍ଷୀ ପୂଜା: ଆରମ୍ଭ ହେଲା ମୁରାସୁର ଦରବାର, ମନ ମୋହିଲା ଗୋପାଳ ପଣ୍ଡାଙ୍କ ଅଭିନୟ

ଗଜଲକ୍ଷୀ ପୂଜା: ଆରମ୍ଭ ହେଲା ମୁରାସୁର ଦରବାର, ମନ ମୋହିଲା ଗୋପାଳ ପଣ୍ଡାଙ୍କ ଅଭିନୟ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢୀ ୪୦ତମ ଗଜଲକ୍ଷୀ ପୂଜାପାଇଁ କଳସ ଶୋଭାଯାତ୍ରା ରବିବାର  ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ରାତି ୯ଟାରେ ମୁରାସୁର ଦରବାର ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନ ସମୋରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ତଥା ମୁର୍ଷୁଣ୍ଢୀ ସରପଞ୍ଚ ମୋନୋଜ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ ପୁର୍ବକ ଏହି ଦରବାରକୁ ଉଦ୍‌ଘାଟଣ କରିଥିଲେ। ସମ୍ମାନିତ ଅତିଥି ଭାବରେ ମୁର୍ଷୁଣ୍ଢୀ ସମିତି ସଭ୍ୟା ରିତା ଗର୍ଡିଆ, ବରିଷ୍ଠ ସମାସେବୀ ସତ୍ୟଞ୍ଜିବ ମିଶ୍ର, କମିଟିର ସମ୍ପାଦକ ତ୍ରୟଞ୍ଜୀବ ମିଶ୍ର, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି, ପ୍ରକାଶ କୁମାର ପଣ୍ଡା,କୁଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉପସଭାପତି ଅଧ୍ୟାପକ ଧନଞ୍ଜୟ ସାହୁ।  ୯ଦିନ ଦିନ ବ୍ୟାପୀ ଏହି ମୁରାସୁର ଦରବାରରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ଲବ କୁମାର ସାହୁ ସୁଚନା ଦେଇଛନ୍ତି।

ଆଜି ପ୍ରଥମ ଦିନ ଦରବାରରେ ମୁରାସୁର ନଗର ପରିକ୍ରମା ସହିତ ତାର ଇଷ୍ଟ ମହେଶ୍ବର ଓ ମା ଦୁର୍ଗାଙ୍କ ବନ୍ଦନାରୁ ନାଟକ ଆରମ୍ଭ ହୋଇଥିଲା  ସ୍ବର୍ଗତ ପୁରରେ ମୁରାସୁରକୁ ସ୍ଥାନ ନମିଳିବାରୁ ଦେବତା ମାନଙ୍କ ସହିତ ଯୁଦ୍ଧ ଘୋଷଣା। ମୁରାସୁର ଭୂମିକାରେ ଓଡ଼ିଆ ସୁନାମ ଧନ୍ୟ କଳାକାର ଗୋପାଳ ପଣ୍ଡାଙ୍କ ଅଭିନୟ ବହୁ ଉଚ୍ଚକୋଟୀର ଥିଲା ଆଜି ପ୍ରଥମ ଦିନରେ ହଜାର ହଜାର ଦର୍ଶନ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe