କାରାଗାର ମଧ୍ୟରୁ ବିଚାରଧୀନ କଏଦୀ ଚମ୍ପଟ, ପତ୍ନୀହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ

Advertisment

କଏଦୀଙ୍କୁ ବାହାରକୁ ଆଣି ୱାର୍ଡର କରାଉଥିଲେ ଝାଡୁ

କଏଦୀଙ୍କୁ ବାହାରକୁ ଆଣି ୱାର୍ଡର କରାଉଥିଲେ ଝାଡୁ

କାରାଗାର ମଧ୍ୟରୁ ବିଚାରଧୀନ କଏଦୀ ଚମ୍ପଟ, ପତ୍ନୀହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଉପକାରାଗାର ମଧ୍ୟରୁ ଆଜି ପୂର୍ବାହ୍ଣରେ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ଚମ୍ପଟ କଏଦୀ ଜଣଙ୍କୁ ଗଣିଆ ଥାନା ପୁଲିସ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ୨୦୨୦ ନଭେମ୍ବର ୨୮ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେବେଠାରୁ ସେ ବିଚାରଧୀନ ରହିଥିଲା।

ବଡକଥା ହେଉଛି ଦାୟିତ୍ବରେ ଥିବା ୱାର୍ଡର ସଂପୃକ୍ତ କଏଦୀଙ୍କୁ ବାହାରକୁ ଡକାଇ ଝାଡୁ କରାଉଥିବା ବେଳେ ଏହାର ସୁଯୋଗ ନେଇ ସେ ଚମ୍ପଟ ମାରିଥିବା ଉପକାରାଗାର ଅଧିକାରୀ ମାନସ ରଂଜନ ସାମନ୍ତ କହିଛନ୍ତି। ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣଙ୍କ ହେଲା କଟକ ଜିଲ୍ଲା ଜିଲିଣ୍ତା ଥାନା ଅଂଚଳର ହିମାଂଶୁ ଶେଖର ନାୟକ(୩୭)। ଅଭିଯୁକ୍ତ ହିମାଂଶୁ ଗଣିଆ ଛାମୁଣ୍ତିଆସ୍ଥିତ ଶ୍ବଶୁରଙ୍କ ଘରକୁ ଆସି ନିଜ ପତ୍ନୀଙ୍କୁ ହତ୍ୟ। କରିଥିଲା।

ସୂଚନା ଅନୁଯାୟୀ ଆଜି ପୂର୍ବାହ୍ଣରେ ୱାର୍ଡର କୃଷ୍ଣଚନ୍ଦ୍ର ଜେନା ବେଆଇନ ଭାବେ ଅଭିଯୁକ୍ତ ହିମାଂଶକୁ ଡକାଇ ଝାଡୁ କରାଇଥିଲେ। ଗେଟ୍ ପରିସର ଝାଡୁ କରାଇସାରିବା ପରେ ଗେଟ୍ ବାହାରେ ପଡିଥିବା ଆବର୍ଜନାକୁ ସଫା କରିବା ପାଇଁ କହିଥିଲେ, ଯାହାକି ଅଭିଯୁକ୍ତକୁ ଫାଟକ ଖୋଲି ବାହାରକୁ ଛାଡିଥିଲେ। ଏହାର ସୁଯୋଗ ନେଇ ସେ ଚମ୍ପଟ ମାରିଥିଲା। ୱାର୍ଡର ଶ୍ରୀ ଜେନା ମୋଟା ଲୋକହେତୁ ତାଙ୍କୁ ଧରିବାରେ ଅକ୍ଷମ ହୋଇଥିଲେ। ଏହାପରେ ପ୍ରାୟ ୧୦ଟା ୪୫ ମିନିଟରେ ଘଟଣା ସମ୍ପର୍କରେ ସେ ଉପକାରାଗାର ଅଧିକାରୀ ଶ୍ରୀ ସାମନ୍ତଙ୍କୁ ଅବଗତ କରାଇଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ଖାନ୍ସଲାସି ଚଲାଇଛି। ଏପଟେ ଏହି ଘଟଣାରେ ପ୍ରଥମେ ୱାର୍ଡର ଶ୍ରୀ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା କହିଛନ୍ତି। ପୂର୍ବରୁ କିଛି ବର୍ଷ ତଳେ ମଧ୍ୟ ଉକ୍ତ ଉପ କାରାଗାର ମଧ୍ୟରୁ କିଛି କଏଦୀ ଫେରାର୍ ଥିବା ନଜିର୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe