ଶିକ୍ଷକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ  

Advertisment
ଶିକ୍ଷକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ  

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ହାଡ଼ିପାଲି ଗ୍ରାମର ଜଣେ ଶିକ୍ଷକଙ୍କୁ ଶନିବାର ନୃଶଂସ ଭାବେ ହତ୍ୟା କରାଯାଇଛି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତେବେ, ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଖଣ୍ଡୋକଟା ଗ୍ରାମର ରାମଚନ୍ଦ୍ର ଜୟପୁରିଆ (୪୫ ବର୍ଷ) ବିବାହ ପରେ ହାଡ଼ିପାଲି ଗ୍ରାମରେ ଘରଜ୍ବାଇଁ ଭାବେ ରହିବା ସହ ଖଣ୍ଡୋକଟା ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷକ ଥିଲେ। ଶନିବାର ସକାଳ ପ୍ରାୟ ୮ଟା ବେଳେ ସେ ବାଇକ୍ (ଓଆର୍ ୧୫ଏ-୯୨୯୦) ନେଇ ଗାଁ ନିକଟ ଝାରମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ପରୁଆଭାଡ଼ି ନିକଟସ୍ଥ ପଣ୍ଡରୀକଟା ଗ୍ରାମର ଦ୍ବିତୀୟା ବୁଡ଼େକ ପହଞ୍ଚି ଏକ ଟାଙ୍ଗିଆରେ ତାଙ୍କୁ ଅଚାନକ ଆକ୍ରମଣ କରିଥିଲା।

ଟାଙ୍ଗିଆ ଚୋଟରେ ରାମଚନ୍ଦ୍ରଙ୍କ ପେଟରେ ଗଭୀର ଆଘାତ ଲାଗି ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଟାଙ୍ଗିଆ ଆକ୍ରମଣରେ ତାଙ୍କ ବେକ ଓ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଥିଲା। ଆକ୍ରମଣ ପରେ ଦ୍ବିତୀୟା ରାମଚନ୍ଦ୍ରଙ୍କ ବାଇକ୍‌ ନେଇ ସେଠାରୁ ଫେରାର୍‌ ହୋଇଯାଇଥିଲା। ପ୍ରଚୁର ରକ୍ତସ୍ରାବ ହେବା ସହ ରାମଚନ୍ଦ୍ର ପୋଖରୀ ହୁଡ଼ାରେ ପଡ଼ି ଛଟପଟ ହେଉଥିବା‌ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା। ସନ୍ଧ୍ୟା ପ୍ରାୟ ୫ଟା ବେଳେ ଅଭିଯୁକ୍ତ ଦ୍ବିତୀୟାକୁ ବାଉରୀଗୋଡ଼ା ନିକଟସ୍ଥ ଦର୍କାପଡ଼ା ଜଙ୍ଗଲରୁ ଗିରଫ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe