ଭରତପୁର ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଅପରାଧ ରେକର୍ଡ

କମିସନରେଟ ପୁଲିସ ଭରତପୁର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ନରହରି ନାୟକକୁ ଭରତପୁର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତର ନାମରେ ପୂର୍ବରୁ ଅପରାଧିକ ରେକର୍ଡ ରହିଛି।

New Project (34)

ଭୁବନେଶ୍ବର: କମିସନରେଟ ପୁଲିସ ଭରତପୁର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ନରହରି ନାୟକକୁ ଭରତପୁର ଥାନା ପୁଲିସ ଗିରଫ କରିଛି।

ପୁଲିସ କହିଛି, ଅଭିଯୁକ୍ତ ନରହରିର ମୂଳ ଘର ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ଅଞ୍ଚଳରେ। ତା ନାଁରେ ଲିଙ୍ଗରାଜ, ଭଞ୍ଜନଗର ଓ ଭରତପୁର ଥାନାରେ ପୂର୍ବରୁ ସଙ୍ଗିନ ମାମଲା ରହିଛି। ତା ଠାରୁ ୨ ଟି ବାଇକ, ରକ୍ତ ଭିଜା କପଡା, ହତ୍ୟାରେ ବ୍ୟବହୃତ ସିମେଣ୍ଟ ଇଟା ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଗତ  ୧୮ ତାରିଖ ଦିନ ଭରତପୁର ଥାନା ସୋମନାଥବସ୍ତିରେ ଏକ  ବିଭତ୍ସ ହତ୍ୟା କାଣ୍ଡ ଘଟିଥିଲା। ଟଙ୍କା ବଣ୍ଟାକୁ କେନ୍ଦ୍ର କରି କୈଳାସ ନାୟକ ଓରଫ ମୁନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଭଡାଘରେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ପରେ ଅଭିଯୁକ୍ତକୁ କାବୁ କରିବାରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ଧରାପଡିଥିଲେ ସୁଦ୍ଧା ବସ୍ତିରେ ବଢିଥିବା ଅପରାଧ ଚିନ୍ତାର କାରଣ ପାଲଟିଛି।

Bhubaneswar | bharatpur police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe