ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସ୍ବାମୀ, ହତ୍ୟାକାରୀ ସ୍ବାମୀ ଅଟକ

ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସ୍ବାମୀ, ହତ୍ୟାକାରୀ ସ୍ବାମୀ ଅଟକ

ରାଉରକେଲା: ଘରୋଇ କଳିରୁ ନିଜ ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କରିଛି ସ୍ବାମୀ। ମୃତକ ଜଣକ ହେଲେ ବେଦବ୍ୟାସ ଫାର୍ସାଟୋଲାର ସାବିତ୍ରୀ ସାହୁ (୩୮)। ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ  ହସ୍ପିଟାଲକୁ ପଠାଇଛି। ହତ୍ୟାକାରୀ ସ୍ବାମୀ ରାମଧନ ସାହୁକୁ ଥାନାରେ ଅଟକ କଣା ଯାଇଛି। ରକ୍ତଭିଜା ଫାର୍ସା ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଟ୍ରକ ଡ୍ରାଇଭର ରାମଧନ ଓ ପତ୍ନୀ ସାବିତ୍ରୀ ନିଜ ପରିବାର ସହିତ କିଛି ମାସ ହେବ ନୂଆଗାଁରୁ ଆସି ‌ବେଦବ୍ୟାସ ଫାର୍ସାଟୋଲାରେ ଏକ ଘର ଭଡା ନେଇ ରହୁଥିଲେ। ପ୍ରତିଦିନ ପରି ଆଜି ସକାଳୁ ରାମଧନ ଗାଡି ଚଳାଇବାକୁ ଘରୁ ବାହାରି ଯାଇଥିଲା। ତେବେ ଭଡା ନଥିବାରୁ ପୂର୍ବାହ୍ନ ପ୍ରାୟ ୧୧ଟାରେ ଘରକୁ ଫେରି ଆସିଥିଲା। ତା’ପରେ ଘରର କୌଣସି କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାମଧନ ଘରେ ଥିବା ଫାର୍ସା ଆଣି ପତ୍ନୀ ସାବିତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସାବିତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଘର ଆଗରେ ସାବିତ୍ରୀଙ୍କର ରକ୍ତ ଜୁଡୁବୁଡୁ ଶବ ପଡିଥବା ଦେଖି ପଡୋଶୀମାନେ ବ୍ରାହ୍ମଣୀତରଙ୍ଗ ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିଥିଲା। ବର୍ତ୍ତମାନ ହତ୍ୟାକାରୀ ସ୍ବାମୀକୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe