ନାବାଳକ ଅପହରଣ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କରାଦଣ୍ତ, ଏକ ଲକ୍ଷ ଟଙ୍କା ଜରିମାନା

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

କାମାକ୍ଷାନଗର: ଜଣେ ନାବାଳକକୁ ଅପହରଣ କରିବା ଓ ପରେ ହତ୍ୟା କରାଯିବା ମାମଲାର ବିଚାର କରି କାମାକ୍ଷାନଗର ଅତିରିକ୍ତ ଜିଲାଜଜ ସତ୍ୟ ନାରାୟଣ ପାତ୍ର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ଏକ ଲକ୍ଷ୍ୟ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।

ମାମଲାରୁ ଜଣାଯାଇଛି ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତ।ପଶି ଗାଁରେ  ୨୦୧୮ ମାର୍ଚ୍ଚ ୧୫ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ୮ବର୍ଷର ପୁଅ ପ୍ରବୀଣ କୁମାର ସାହୁଙ୍କୁ ଅପହରଣ କରିଥିଲା ଖୋଦ ନିଜ ବଡବାପାଙ୍କ ପୁଅ ସତ୍ୟସ୍ଵରୂପ ସାହୁ ଓରଫ ବାପୁନ। ଦିନ ୧୧ଟା ୩୦ବେଳକୁ ଅପହରଣ କରି ନିଜ ଘରେ ଏକ ତାର ସାହାଯ୍ୟରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ଘରେ ଏକ ବସ୍ତାରେ ପୁରାଇ ଘର କଣରେ ରଖିଥିଲା। ପରେ ପରେ ମୋବାଇଲରେ ମେସେଜ କରିଥିଲା ଯେ ଅପହରଣ କରିଛି ଟଙ୍କା ଦେଲେ ଛାଡିବ। କିନ୍ତୁ ମେସେଜ କରିବା ପୂର୍ବରୁ ହତ୍ୟା କରିସାରିଥିଲା। ପରେ ମୋବାଇଲ ମେସେଜକୁ ଟ୍ରାକିଙ୍ଗ କରି ପୁଲିସ ସନ୍ଦେହରେ ସତ୍ୟସ୍ଵରୂପଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ତା ପରଦିନ ଅର୍ଥାତ ୨୦୧୮ ମାର୍ଚ୍ଚ ୧୬ ତାରିଖରେ ଗିରଫ କରିଥିଲା। ଗିରଫ ସମୟରେ ସେ ମାନିଥିଲା ଯେ ସେ ହେଉଛି ହତ୍ୟାକାରୀ। ଟଙ୍କା ପାଇଁ ଏମିତି କରିଥିଲା। ଧାରକରଜ ଥିଲା। ଲୋକମାନେ ମାଗୁଥିଲେ। ତେଣୁ ଏଭଳିଆ କରିଥିଲା।

ଆଜି  ଅତିରିକ୍ତ ଜିଲାଜଜ ସତ୍ୟ ନାରାୟଣ ପାତ୍ର ସମସ୍ତ ଅଭିଯୋଗ ଆଉ ସାକ୍ଷୀକୁ ଆଧାର କରି ସତ୍ୟସ୍ୱରୂପଙ୍କୁ ଆଜୀବନ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ଏହି ରାୟ ପାଇବା ପରେ ପରିବାର ଲୋକେ ଖୁସି ଅଛନ୍ତି ଆଉ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ଆଉ ଅଧିକ ଖୁସି ହୋଇଥାନ୍ତେ ବୋଲି ପ୍ରବୀଣଙ୍କ ବାପା ପ୍ରଦୀପ କୁମାର ସାହୁ କହିଛନ୍ତି। ମାମଲା ପରିଚାଳନା କରିଥିଲେ ସରକାରୀ ଓକିଲ ଦେବରାଜ ବେହେରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe