ଗୁଣିଗାରେଡ଼ି ସନ୍ଦେହରେ ବଡ଼ ମା’ଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ଅଭିଯୁକ୍ତ ପୁତୁରାକୁ ଆଜୀବନ ସଶ୍ରମ କାରାଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ବାରିପଦା: ଆଜି ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଚୌଧୁରୀ ପ୍ରବୀର କୁମାର ଏକ ଡାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ନିଜର ସମ୍ପର୍କୀୟ ବଡ଼ ମା’ଙ୍କୁ ପଥରରେ ଛେଚି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ତଥା ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଭାନୁ ମାଝି(୩୫)କୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୦୨ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୩ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଜରିମାନା ଅନାଦେୟ ଅତିରିକ୍ତ ୩ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭାନୁ ମାଝୀ ଓ ତାଙ୍କ ସ୍ତ୍ରୀ, ପିଲାମାନଙ୍କ ସହିତ ଗାଈ ଗୋରୁ ଓ ଛେଳି ଆଦି ଗୃହପାଳିତ ପଶୁଙ୍କର ଦେହ ଭଲ ରହୁ ନ ଥିଲା । ତେଣୁ ନିଜର ସମ୍ପର୍କୀୟ ବଡ଼ ମା ବୃଦ୍ଧା ଫୁଲମଣି ମାଝୀ(୬୫) ଡାହାଣୀ ଓ ଗୁଣିଗାରେଡ଼ି କରିଥିବାରୁ ପରିବାରରେ ସମସ୍ତେ ଅସୁସ୍ଥ ହେବା ସହିତ ଗୃହପାଳିତ ପଶୁମାନେ ମଧ୍ୟ ଅସୁସ୍ଥ ହେଉଥିବାର ଭୂତ ଅଭିଯୁକ୍ତ ଭାନୁ ମାଝୀଙ୍କ ମୁଣ୍ଡରେ ବସା ବାନ୍ଧି ଥିଲା । ଫଳରେ ସମ୍ପର୍କୀୟ ବଡ଼ ମା’ଙ୍କୁ ରାସ୍ତାରୁ ହଟାଇ ଦେବା ନିମନ୍ତେ ଯୋଜନା କରିଥିଲେ। ଏହି ସମୟରେ ୮ ନଭେମ୍ବର ୨୦୧୪ ମଧ୍ୟାହ୍ନ ସମୟରେ ସମ୍ପର୍କୀୟ ବଡ଼ ମା’ ଫୁଲମଣି ଖାଇବାକୁ ବସିଥିବା ସମୟରେ ଅଭିଯୁକ୍ତ ଭାନୁ ତାଙ୍କ ମୁଣ୍ଡକୁ ଏକ ପଥରେ ଛେଚି ହତ୍ୟା କରିଥିଲେ। ।

ଏନେଇ ବାରିପଦା ସଦର ଥାନାରେ ଆଇପିସି ଧାରା ୩୦୨ ଅନୁସାରେ ୧୦୫/୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାରେ ରହିଥିବା ମୋଟ ୧୩ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି । ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ଏପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe