ବାପାଙ୍କୁ ଫୁଲକୁଣ୍ଡରେ ପିଟି ହତ୍ୟାଘଟଣା: ଅଭିଯୁକ୍ତ ପୁଅ ଗିରଫ

ବାପାଙ୍କୁ ଫୁଲକୁଣ୍ଡରେ ପିଟି ହତ୍ୟାଘଟଣା: ଅଭିଯୁକ୍ତ ପୁଅ ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ବାପାଙ୍କୁ ଫୁଲ କୁଣ୍ଡରେ ପିଟି ହତ୍ୟା କରିଥିବା ଘଟଣାରେ ଅଭିଯୁକ୍ତ ପୁଅ ଦିଲୀପ ଗିରି (୪୦)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ କେ. ସମରିଆ ସୂଚନା ଦେଇଛନ୍ତି। ସେହିପରି ମୃତ କାର୍ତ୍ତିକ ଗିରି (୬୫)ଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଫିନାଇଲ୍‌ ପିଇ ଗୁରୁତର ହୋଇ ପଡ଼ିଥିବା ଦିଲ୍ଲୀପର ସ୍ତ୍ରୀ ନିଲମ ଗିରି ଏବେ ମଧ୍ୟ ବେଲପାହାଡ଼ ଟିଆର୍‌ଏଲ୍‌ ହସ୍‌ପିଟାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ପ୍ରକାଶଥାଉ କି ଶୁକ୍ରବାର ସକାଳେ କୌଣସି କଥାକୁ ନେଇ ଦିଲୀପ ଓ ନିଲମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଦିଲୀପ ଘରୁ ବାହାରି ଯାଇ ଦିନ ପ୍ରାୟ ୧୧ଟା ବେଳକୁ ଫେରିଥିଲା। ଘରେ ପହଞ୍ଚିବା ପରେ ନିଲମ ଫିନାଇଲ ପିଇ ଦେଇଥିବା କହିବାରୁ ଦିଲୀପ ତାଙ୍କ ଉପରେ ପାଟି କରିଥିଲା। ଘଟଣା ସଂପର୍କରେ ଜାଣି ବାପା କାର୍ତ୍ତିକ ଦିଲୀପକୁ ଗାଳି ଦେବାରେ ସେ ଉତ୍‌କ୍ଷିପ୍ତ ହୋଇ ଏକ ଫୁଲ କୁଣ୍ଡରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ କାର୍ତ୍ତିକଙ୍କୁ ଲଖନପୁର ସିଏଚ୍‌ସିକୁ ନିଆଯିବାରେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ତେଣେ ନିଲମଙ୍କୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe