ଶୀଘ୍ର ଖାଇବାକୁ ଦେଲେନି ବୋଲି ସ୍ତ୍ରୀ ଶରୀରରୁ ମୁଣ୍ଡ ଅଲଗା କରିଦେଲା ସ୍ବାମୀ, ପୁଲିସ ଆଗରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଶୀଘ୍ର ଖାଇବାକୁ ଦେଲେନି ବୋଲି ସ୍ତ୍ରୀ ଶରୀରରୁ ମୁଣ୍ଡ ଅଲଗା କରିଦେଲା ସ୍ବାମୀ, ପୁଲିସ ଆଗରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଦଶପଲ୍ଲା: ସ୍ତ୍ରୀଙ୍କୁ କଟୁରିରେ ହାଣି ହତ୍ୟା କଲା ସ୍ବାମୀ। ଧର୍ମପତ୍ନୀଙ୍କୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନ ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଙ୍କଙ୍କଣମେଣ୍ଡି ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଧରିତ୍ରୀ ବାଘ (୩୦)। ଅଭିଯୁକ୍ତ ହେଲା ଅର୍ଜୁନ ବାଘ (୩୫)।

ସୂଚନା ଅନୁସାରେ ବାଣୀଗୋଛା ଥାନା ‌ଙ୍କଙ୍କଣମେଣ୍ଡିର ଅର୍ଜୁନ ବାଘ ଆଜି ପୂର୍ବାହ୍‌ଣରେ କୌଣସି କାମକୁ ନେଇ ଦଶପଲ୍ଲାକୁ ଆସିଥିଲା। ସେ ଅପରାହ୍‌ଣରେ ଘରକୁ ଫେରିଥିଲା। ମଧ୍ୟାହ୍ନ ଭୋଜନ ପାଇଁ ସେ ଧରିତ୍ରୀ ବାଘ (୩୦)ଙ୍କୁ ଖାଇବାକୁ ମାଗିଥିଲା। ତେବେ ଅର୍ଜୁନ ଯେତେବେଳେ ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିଲା ସେତେବେଳେ ଧରିତ୍ରୀ ନିଜ ପିଲାକୁ ଖାଇବାକୁ ଦେଉଥିଲେ। ଖାଇବା ମିଳିବାରେ ବିଳମ୍ବ ହେବାରୁ ଅର୍ଜୁନ ପାଟିତୁଣ୍ଡ କରିଥିଲା। ଫଳରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସା ଦେଖାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା। ଅର୍ଜୁନ ଉତ୍ତେଜିତ ହୋଇ ଘର ଭିତରୁ ଏକ ଟାଙ୍ଗିଆ ଆଣି ସ୍ତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଶେଷରେ ମୁଣ୍ଡରୁ ‌ଶରୀରକୁ ଅଲଗା କରିଦେଇଥିଲା।

publive-image

ସ୍ତ୍ରୀର ମୁଣ୍ଡରୁ ‌ଶରୀର ଅଲଗା କରିବା ପରେ ଅର୍ଜୁନ ବାଣୀଗୋଚ୍ଛା ଅଭିମୁଖେ ବାହାରିଥିଲା। କଟାମୁଣ୍ଡକୁ ଏକ ବସ୍ତାରେ ଭର୍ତ୍ତି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି। ଆଇଆଇସି ଲକ୍ଷ୍ମଣ ‌ଦଣ୍ଡସେନା କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ମୃତ ମହିଳା ଓ ଅଭିଯୁକ୍ତ ଅର୍ଜୁନଙ୍କର ଏକ ସନ୍ତାନ ଅଛି। ତେବେ ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe