ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପିଙ୍ଗଳାବେଡ଼ା ଗ୍ରାମରେ ୨୦୦୮ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା।
ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସେହି ଗ୍ରାମର ତରଣୀ ଛତ୍ରିଆ ଘଟଣା ଦିନଠାରୁ ଫେରାର ହୋଇ ଯାଇଥିଲା। ବିଶେଷ ସୂତ୍ରରୁ ତା’ର ଉପସ୍ଥିତି ସମ୍ପର୍କରେ ଖବର ପାଇ ପୁଲିସ ମଙ୍ଗଳବାର ଚଢ଼ଉ କରି ଅଭିଯୁକ୍ତ ତରଣୀକୁ ପିଙ୍ଗଳାବେଡ଼ା ଗ୍ରାମରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଅରୁଣ ସିଂ ପ୍ରକାଶ କରିଛନ୍ତି।
Follow Us