ଛତିଶଗଡ଼ରେ ହତ୍ୟା; ଓଡ଼ିଶାରେ ଶବ: ଧରାପଡ଼ିଲା ଅଭିଯୁକ୍ତ

ଯାଁଳା : ଫସିଲା ମିଛୁଆ ପ୍ରେମିକ

କନକତୋରା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ସୀମାନ୍ତ ଅତାବିରା ପଞ୍ଚାୟତ କଟାପାଲି ଗାଁର  ରାନୀପତ୍ରା ଜଙ୍ଗଲରୁ ମିଳିଥିବା ଶବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଡାଳପତ୍ରରେ ଶବଟିକୁ ଡ଼ାଇ ରଖାଯାଇଥିବା ଦେଖିବାକୁ ମିଳିଛି। ମୃତକ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଜିରୋ ପଏଣ୍ଟରେ ଥିବା ଚକ୍ରଧରନଗର ଥାନା ଅନ୍ତର୍ଗତ ବେଲେରିଆ ଗାଁର ପ୍ରେମଲାଲ ପ୍ରଧାନ(୫୫) ବୋଲି ଜଣାପଡ଼ିଛି। ଏହି ଘଟଣାରେ ଛତିଶଗଡ଼ ପୁଲିସ ସେହି ଗ୍ରାମର ନେହେରୁ ରଣା(୫୨)କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ପ୍ରେମଲାଲ ଓ ନେହେରୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଶୁକ୍ରବାର ସକାଳେ ପ୍ରେମଲାଲ ନିଜ ଚାଷ ଜମିକୁ ଯାଇଥିବା ବେଳେ ନେହେରୁ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂର କଟାପାଲି ରାନୀପତ୍ରା ଜଙ୍ଗଲକୁ ନେଇଥିଲା। ସେଠାରେ ମୃତଦେହକୁ ଡାଳପତ୍ର ଭିତରେ ଲୁଚାଇ ରଖିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଗୁରୁବାର ଦିନ ଠାରୁ ପ୍ରେମଲାଲ ନିଖୋଜ ଥିଲେ। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିଥିଲେ। କଟାପାଲିର ଏକ ଜମିରୁ କିଛି ରକ୍ତ ବୁନ୍ଦା ଦେଖି ପରିବାର ଲୋକ ପୁଲିସକୁ ଜଣାଇଥିଲେ। ପୁଲିସ ସନ୍ଦେହରେ ନେହେରୁକୁ ପଚରାଉଚରା କରିବା ପରେ ମୃତଦେହର ସନ୍ଧାନ ମିଳିଥିଲା। ଛତିଶଗଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହିତ ନେହେରୁକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe