ହତ୍ୟା ଅଭିଯୁକ୍ତ ଥାନାରୁ ଚମ୍ପଟ

Advertisment
ହତ୍ୟା ଅଭିଯୁକ୍ତ ଥାନାରୁ ଚମ୍ପଟ

କୋରାପୁଟ : କୋରାପୁଟ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜରଟି ଗାଁରେ ଘଟିଛି ଅଭାବନୀୟ ଘଟଣା। ଜରଟି ନିକଟ କୋଟା ଗ୍ରାମର ଜଣେ ୫ବର୍ଷ ଶିଶୁକୁ ରବିବାରଦିନ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ଗାଁର ସୁନୀଲ ପରଜା(୩୨)ଙ୍କୁ ଗତକାଲି ଗିରଫ କରାଯାଇଥିବାବେଳେ ଆଜି ସିନ ରିକ୍ରିଏସନ କରାଯାଇଥିଲା। ତେବେ କୋରାପୁଟ ସଦର ଥାନରୁ ଚମ୍ପଟ ମାରିଛି ଅଭିଯୁକ୍ତ। ବାନ୍ତି ହେଉଥିବା କହି ଥାନରୁ ଚମ୍ପଟ ମାରିଥିବା ଜଣାପଡିଛି।

ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ଘଟଣାକୁ ଚାପି ଦେବାକୁ କୋରାପୁଟ ପୁଲିସ ବେଶ ପ୍ରୟାସ କରିଥିବା ଜଣାପଡ଼ିଛି। ତେବେ ଏତେ କଢା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ କିପରି ଅଭିଯୁକ୍ତ ଚମ୍ପଟ ମାରିଲା ତାହାକୁ ନେଇ ସଦର ପୁଲିସର ପାରିବ ପାଣିଆକୁ ପାଦରେ ପକେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe