International Adviser
ପାଟଣାଗଡ଼/ମଣ୍ଡଳ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘାଘୁର୍ଲି ଗାଁରେ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଛି ପୁଅ। ଏହି ମାମଲାରେ ଅଭିଯୁକ୍ତ ପୁଅ ଜେଲ୍ ଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଘାଘୁର୍ଲି ଗାଁର ବୈକୁଣ୍ଠ ମାଝୀ ନିଜ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ମଝିଆ ପୁଅ ମହେଶ୍ବର ମଦ୍ୟପାନ କରି ଘରକୁ ଆସିଥିଲା। ଏହାକୁ ନେଇ ବାପା- ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମହେଶ୍ବର ପ୍ରଥମେ ଆକ୍ରମଣ କରିଥିଲା। ବୈକୁଣ୍ଠ ତଳେ ପଡ଼ିଯିବା ପରେ ମହେଶ୍ବର ତାଙ୍କ ତଣ୍ଟି ଚିପି ଦେଇଥିଲା। ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଆଖପାଖ ଲୋକେ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ବୈକୁଣ୍ଠଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Follow Us